ପୋଲସରା,୫/୪:(ଶିବ ପ୍ରସାଦ ସାହୁ):ପୋଲସରା ବ୍ଲକ କଳମ୍ବ ଗ୍ରାମରେ ରବିବାର ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚୁଦଣ୍ଡ ଯାତ୍ରା ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିଲା। ଏହି ଯାତ୍ରାରେ ରୂଖାକଣା, ମରେଈପଲ୍ଲୀ, ହାତୀଓଟ, ରାଣୀପଡ଼ା ଓ ମାଳ ତେନ୍ତୁଳିଆ ପ୍ରମୁଖ ୫ଟି ଦଣ୍ଡାଦଳ ଅଂଶଗ୍ରହଣ କରିଥିଲେ। ପଞ୍ଚୁଦଣ୍ଡମହାମିଳନ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଦର୍ଶକ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀଙ୍କ ସହଯୋଗ ସାଙ୍ଗକୁ ଯୁବଗୋଷ୍ଠୀ ଙ୍କ ସହଯୋଗ ବେଶ ମହତ୍ୱପୂର୍ଣ ଥିଲା। ଉକ୍ତ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ରେ ଅତିଥିଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମାଜସେବୀ ପ୍ରଭାକର ପଣ୍ଡା, ଜଗନ୍ନାଥ ବାଢେଇ ସମେତ ସହଯୋଗୀ ଯୋଗଦେଇଥିଲେ

