ଫୁଲବାଣୀ,୧୯।୦୯(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲା ପ୍ରସିଦ୍ଧ କଳିଙ୍ଗl ଘାଟି ର ବିକଳ୍ପ ରାସ୍ତା ନିର୍ମାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦୦କୋଟି ଟଙ୍କା ମଂଜୁର କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି l ଏଥିପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଙ୍କ ଭୂମିକା ନିଶ୍ଚିତ ଗୁରୁତ୍ୱ ପୁର୍ଣ ବୋଲି କୁହାଯାଇପାରେ । ବିକଳ୍ପ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ମହଲ ରୁ ଚାପ ସୃଷ୍ଟି ହେବା ପରେ ଏହି ଦୁଇ ବିଧାୟକ ସକ୍ରୀୟ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯାହା ଆଜି ସଫଳ ହୋଇଛି! ପୂର୍ବରୁ ଥିବା ଏକ ଏକ ଜଙ୍ଗଲପାଦ ଚଲା ରାସ୍l କୁ ଆବିଷ୍କାର କରି ଥିଲେ! ଜଙ୍ଗଲ ବିଭାଗ ର ଗାର୍ଡ, ଫରେଷ୍ଟର, ରେଞ୍ଜର ଓ କର୍ମକର୍ତ୍ତା, ସାମ୍ବାଦିକ, ଓକିଲ, ସମାଜ ସେବୀ, ଯୁବକ ମିଶି ଏକ ସର୍ଭେ କରିଥିଲେ! ସେହି ଫରେଷ୍ଟ ରାସ୍ତା କୁ ବିକଳ୍ପ ଭାବେ ନିର୍ମାଣ କରିବା ଲାଗି ଉଦ୍ୟମ ଆରଂଭ ହୋଇଛି l କେନ୍ଦ୍ର ଜଙ୍ଗଲ ଓ ପରିବେଷ ବିଭାଗ ର ଅନୁମତି ର ଆବଶ୍ୟକତା ଥିଲା।ପରବର୍ତୀ ପର୍ଯାୟରେ ଭଞ୍ଜନଗର ଉପଜିଲ୍ଲାପାଳ ଏକ ବୈଠକ ଡାକିଥିଲେ!ବୈଠକରେ ଫୁଲବାଣୀ ର ଜଙ୍ଗଲ ଅଧି କାରୀ, ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଜି ଉଦୟଗିରି ର ସମାଜ ସେବୀ, ଓକିଲ ଓ ଭଞ୍ଜନଗର ର ସମାଜ ସେବୀ,, ଯୁବକ ଅଫିସର ମାନେ ଯୋଗ ଦେଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ! ବିଧାୟକ ଶ୍ରୀ ନାୟକ ରିପୋର୍ଟ ଶହ ଡିପିଆର ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପ୍ରଦାନ କରିଥିଲେ! ଗତ ସେପ୍ଟେମ୍ବର ୧୬ ତାରିଖ ୨୦୨୫ରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ ଦେଇ ପାଣି ମାଡି ଆସିବାରୁ ଭୂଷ୍ଖଳନ ହୋଇଥିଲା ଏବଂ ଘାଟି ରାସ୍ତା ସମ୍ପୂର୍ଣ ଧୋଇ ହୋଇ ଗଲା! ବଡ଼ବଡ଼ ପଥର ମଧ୍ଯ ରାସ୍ତା ଉପରକୁ ଚାଲି ଆସିଲା! ଘାଟି ରାସ୍ତା ବିପଦ ସଂକୁଳ ହୋଇଗଲା! ଗାଡି ମୋଟର ସବୁ ଚକାପାଦ ଦେଇ ଦୀର୍ଘ ୩୦ କିମି ଅଧିକ ରାସ୍ତା ଦେଇ ଯାତାୟାତ କଲେ! ଭାରି ଜାନ ଯାତାୟାତ ଯୋଗୁଁ ଚକାପାଦ ସିଙ୍ଗଲ ରାସ୍ତା ଦବିବା ରେ ଲାଗିବାରୁ ଗ୍ରାମବାସୀ ଅସନ୍ତୋଷ ହୋଇଥିଲେ! କଳିଙ୍ଗା ଘାଟି ପଟେ ସେତେବେଳେ କାଳେ ଲୋକ ଯିବେ ବୋଲି ଘାଟି ପୂର୍ବରୁ ପୋଲିସ ଜଗିଲେ! ବାହାର ରାଜ୍ୟର ଠିକାଦାର ରାସ୍ତା ମରାମତି କାମ କଲେ! ଦୀର୍ଘ ଦିନ ଧରି ଯନ୍ତ୍ରୀ, ଏସ ଇ ଘାଟିରେ କ୍ୟାମ୍ପ କରି କାମ ତଦାରଖ କଲେ! କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଓ ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ କାମ ସର୍ବଦା ତଦାରଖ କଲେ! ଶେଷରେ ଛୋଟ ଛୋଟ ଯାନ ଯାତାୟାତ କଲା! ଗାର୍ଡ ୱାଲ ନଥିବାରୁ ଭାରୀଯାନ, ବସ ଯାତାୟାତ କଟକଣା ଥିଲା! ପରେ ଭାରୀଯାନ ଚାଲିଲା! ସେତେବେଳେ ଦୁର୍ଗା ପ୍ରସାଦ ର ଛୋଟ ବଡ଼ ହୋଟେଲ ବ୍ୟବସାୟୀ ବ୍ୟବସାୟ ନହେବାରୁ ସେଠାରୁ ଚାଲିଗଲେ! ସେମାନଙ୍କର ଜୀବନ ଜୀବିକା ଠପ ହୋଇ ଯାଇଥିଲା! ପରେ ସବୁ ସ୍ୱାଭାବିକ ହେବା ପରେ ମଧ୍ୟ ଘାଟି ଦୁର୍ବଳ ହୋଇଥିବା ଜଣା ପଡିଥିଲା! ବଡ଼ବଡ଼ ପଥର ଉପରେ ଥିବାରୁ ସର୍ବଦା ବିପଦ ରହୁଥିଲା! ଏସବୁକୁ ସରକାର ଅନୁଧ୍ୟାନରେ ରଖି ବିକଳ୍ପ ରାସ୍ତା ନିର୍ମାଣ ପାଇଁ ୬୦୦ କୋଟି ଟଙ୍କା ମଂଜୁର କରିଥିବାରୁ ସରକାର,ଓ ବିଧାୟକ ମାନଙ୍କୁ ଜନ ସାଧାରଣ, ସମାଜ ସେବୀ, ବୁଦ୍ଧିଜୀବି କୃତଂଜ୍ଞତା ଜ୍ଞାପନ କରିଛନ୍ତି! ଜି ଉଦୟଗିରି ର ସମାଜ ସେବୀ, ଓକିଲ, ସାମ୍ବାଦିକ, ଦୁଇଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜଙ୍ଗଲ ବିଭାଗ ଓ ସରକାରୀ ପଦାଧିକାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ଛନ୍ତି! ରାସ୍ତା ନିର୍ମାଣ କାର୍ଯ୍ୟ ଶିଘ୍ର ଆରଂଭ କରିବାକୁ ଦାବୀ ହେଉଛି l

