ଫୁଲବାଣୀ,୧୭/୦୭(ସୁନୀଲ ପଟ୍ଟନାୟକ):ଶୁକ୍ରବାର ୭୭ତମ ବନ ମହୋତ୍ସବ ଅବସରରେ ସ୍ଥାନୀୟ ଜଙ୍ଗଲ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ରେ ଆୟୋଜିତ ଏକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇନିଜେ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ଅନ୍ୟ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ବେଦ ଭୂଷଣ, ଡି ଏଫ୍ ଓ ପ୍ରତାପ କୋଟା ପଲ୍ଲୀ , ଏ ସି ଏଫ୍ ସ୍ୱେତଲିନl ସାହୂ, ରେଞ୍ଜର ଆଶା ଲତା ବେହେରା ଙ୍କ ସମେତ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅଧ୍ୟାପକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଏହି ଅବସରରେଏକ ଚାରା ବିତରଣ ଯାନ ର ଶୁଭ ଉଦଘାଟନ କରିଥିଲେ ମୁଖ୍ୟଅତିଥି କନ୍ଧ ମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ l ସିନିୟର୍ ଫରେଷ୍ଟର ସରୋଜ କୁମାର ମିଶ୍ର କାର୍ଯ୍ୟକ୍ରମ କୁ ସୂଚାରୁ ରୂପେ ସଂପାଦନ କରିଥିଲେ l

