ଫୁଲବାଣୀ,୨୭/୦୮(ସୁନୀଲ ପଟ୍ଟନାୟକ):ଗାଁ ରେ କେତେ ନେହୁରା ହେଲେ ବି କାମ ଧନ୍ଦା ମିଳୀଲାନି, ଶେଷରେ ପେଟ ଚା ଖ ଣ୍ଡକ ପାଈଁ ଶେଷରେ ସୁଦୂର କେରଳ ଯାଉଥିଲା କାମ କରିବ ବୋଲି ହେଲେ ଯିବା ବାଟରେ ନିଖୋଜ ହୋଇଯାଇଥିବା ଖବର ପାଇ ପରିବାର ଏବେ ଚିନ୍ତାରେ l କଂଧମାଳ ଜିଲ୍ଲା ଦାରିଂବାଡ଼ି ର ପେନା ପୁସି ଗ୍ରାମରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର ଉଦୟନାଥ ପ୍ରଧାନ (୪୪) ବ୍ରହ୍ମପୁର ରୁ କେରଳ ଯାଉଥିଲା କାମ କରିବା ପାଇଁ l ତେବେ ଟ୍ରେନ ରୁ ସେ କେଉଁ ଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହେଉଛି l ପରିବାର ଲୋକେ ଫୋନ ରେ ଯୋଗାଯୋଗ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା l ଫଳରେ ଉଦୟ ର ବଡ଼ଭାଇ ଗୋପାଳ ଦାରିଂବାଡ଼ି ଥାନlରେ ଏତେଲା ଦେଇଛନ୍ତି l ତେବେ ପୁର୍ବରୁ ଉଦୟ ଅନେକ ଥର କେରଳ ଯାଇ ସେଠାରେ କାମ କରି ଘରକୁ ଫେରିଛନ୍ତି l ତେବେ ଚଳିତ ଥର ଏମିତି ଘଟି ଥିବା ସେ କହିଛନ୍ତି l

