କୋଦଳା,୧୩।୭(ବାପୁନି ମାଲୁ): ଗଞ୍ଜାମ କୋଦଳା ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ରରେ ଅବ୍ଯବସ୍ଥା। ପିଇବା ପାଇଁ ପାଣି ଆସୁନି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ଗରିବ ଅସହାୟ ଲୋକେ। ଆହାର କେନ୍ଦ୍ରକୁ ଯାଇ ୫ ଟକାଂରେ ଭୋଜନ କରୁଛନ୍ତି ସତ, କିନ୍ତୁ ପିଇବା ପାଣି ନଥିବାରୁ ବାଧ୍ୟ ହୋଇ ୧୦ ଟଙ୍କିଆ ପାଣି ବୋତଲ ନେଇ ଯିବାକୁ ପଡୁଛି। ଯାହାକୁ ନେଇ କଷ୍ଟ ଅନୁଭବ କରୁଛନ୍ତି ଗରିବ ଓ ଅସହାୟ ଲୋକେ। ଗତ ୨୯ ତାରିଖରୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିବା କହିଛନ୍ତି ପରିଚାଳନା ଦାୟିତ୍ବରେ ଥିବା ମହିଳା ଗୋଷ୍ଠୀ। ପାଣି ମୋଟର ଖରାପ ହୋଇ ଥିବାରୁ ପାଣି ଆସି ପାରୁନି, ଯାହା ପାଇଁ ଏଭଳି ସମାସ୍ଯା ସୃଷ୍ଟି ହୋଇଥିବା ଜଣାପଡିଛି। ସେପଟେ ପାଣି ମୋଟର ଚାଲୁ ନଥିବାରୁ କୋଦଳା ବସଷ୍ଟାଣ୍ଡ ଠାରେ ଥିବା ସୁଲଭ ଶୌଚାଳୟରେ ତାଲା ଝୁଲୁଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ସେପଟେ ଏନେଇ କୋଦଳା ଏନଏସି କାର୍ଯ୍ଯ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ କହିଛନ୍ତି, ପାଣି ମୋଟର ଖରାପ ଥିବାରୁ ଟ୍ଯାଙ୍କର ଯୋଗେ ପାଣି ଯୋଗାଣ ହେଉଛି। ଖୁବ୍ଶୀଘ୍ର ସମାସ୍ଯାର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନିର୍ବାହୀ ଅଧିକାରୀ। ତେବେ ଖୁବ ଶୀଘ୍ର ସ୍ଥାୟୀ ସମାଧାନ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

