ବେଗୁନିଆପଡ଼ା,୭।୧୦(ବାପୁନି ମାଲୁ):ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଦିନ ଦିନ ଧରି ଜଳବନ୍ଦୀ ହୋଇ ପଡ଼ିଥିବା ଅଞ୍ଚଳବାସୀଙ୍କ ସମସ୍ୟା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶେଷରେ ତତ୍ପର ହୋଇଛି ବ୍ଲକ ପ୍ରଶାସନ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଖଣ୍ଡିଆନଇ ବଡ଼ଦାଣ୍ଡ ସାହିରେ ଜମି ରହିଥିବା ଦୂଷିତ ପାଣିକୁ ନିଷ୍କାସନ କରାଯାଇଛି। ଜେସିବି ଲଗାଇ ଡ୍ରେନ ସଫା କରାଯିବା ସହ ଜମି ରହିଥିବା ପାଣିକୁ ମଧ୍ୟ ନିଷ୍କାସନ କରାଯାଇଛି। ଏହାପରେ ରାସ୍ତା ମଧ୍ୟ ସଫା କରାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଖବର ପ୍ରସାରଣ ନହେଲେ ପ୍ରଶାସନ କେବେ ଚେତିଥାନ୍ତା ? ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଦାୟିତ୍ୱବୋଧ ନା ଖବରର ଚାପ, କେଉଁଥି ପାଇଁ ହଲିଲା ପ୍ରଶାସନ ? ତାହା ଏବେ ଚର୍ଚ୍ଚାର ବିଷୟ। ଯାହା ହେଉ, ବିଭିନ୍ନ ଗଣମାଧ୍ୟମରେ ସମସ୍ୟା ଉଠିବା ପରେ ପ୍ରଶାସନର ତତ୍ପରତା ଅଞ୍ଚଳବାସୀଙ୍କୁ କିଛିଟା ଆଶ୍ୱସ୍ତ କରିଛି।

