ଖୋର୍ଦ୍ଧା,୫।୧୦(କେଦାର ନାଥ ସାହୁ): ମାଟିର ଗର୍ବ ଓ ପାଇକ ବିଦ୍ରୋହର ପ୍ରତୀକ ବକ୍ସି ଜଗବନ୍ଧୁ ଇଂରାଜୀ ଉଚ୍ଚ ବିଦ୍ୟାଳୟର ୧୨୫ ତମ ବାର୍ଷିକ ମହୋତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଐତିହାସିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟଦର୍ଶିନୀ ପଣ୍ଡା ଏବଂ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ମୋନାଲିସା ନାୟକ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭାପତିତ୍ୱ ପ୍ରଫେସର ଡା. ନାରାୟଣ ରାଓ କରିଥିଲେ । ବିଦ୍ୟାଳୟର କମିଟିର ମୁଖ୍ୟ ସଂଯୋଜକ ଶ୍ରୀ ବିକ୍ରମ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ୧୨୫ ବର୍ଷର ବିବରଣୀ ପାଠ କରିଥିଲେ ଗଣ ମାଧ୍ୟମ ସମ୍ପାଦକ ଉମା ଶଙ୍କର ପ୍ରସାଦ। କାର୍ଯ୍ୟକ୍ରମର ଶୁଭାରମ୍ଭରେ ବେଦ ପାଠ କରିଥିଲେ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ । ଉପ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, “ବକ୍ସି ଜଗବନ୍ଧୁ ହାଇସ୍କୁଲ କେବଳ ଏକ ସ୍କୁଲ ନୁହେଁ, ଏହା ଖୋର୍ଦ୍ଧାର ସ୍ୱାଭିମାନ। ଏହି ସ୍କୁଲ ୧୨୫ ବର୍ଷ ଧରି ହଜାର ହଜାର ପ୍ରତିଭା ସୃଷ୍ଟି କରିଛି। ଏହାର ବିକାଶ ପାଇଁ ସରକାର ସବୁ ପ୍ରକାର ସହଯୋଗ କରିବେ। ବିଧାୟକ ଶ୍ରୀ ଜଗଦେବ ତାଙ୍କ ବକ୍ତବ୍ୟରେ ବିଦ୍ୟାଳୟରସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଉଦମ୍ୟ ଜାରିରହିଛି ଓ ରହିବ। ସେ କହିଥିଲେ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ବପ୍ନ ବିକଶିତ ଭାରତର ସ୍ବପ୍ନ ସାକାର ହେବ। ସ୍କୁଲରେ ତିନି ମହାପୁରୁଷ ଙ୍କ ଯଥା ସଚି ରାଉତରାୟ ଙ୍କ ଦାୟାଦ ହର୍ଷ ରାଉତରାୟ ନିଜର ପିତା ସଚି ରାଉତରାୟ ଙ୍କ ସ୍ମୃତି ଚାରଣ କରିଥିଲେ, କାଳୀ ଚରଣ ପଟ୍ଟନାୟକ ଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ ବିଶିଷ୍ଟ ବୈଜ୍ଞାନିକ ରାଜ କିଶୋର ପରମଗୁରୁ।ଶେଷରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ କୃତୀ ପୁରାତନ ଛାତ୍ରମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

