ବ୍ରହ୍ମପୁର,୭/୬(ହିମାଂଶୁ ଶେଖର ଦାସ):ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ତରଫରୁ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ, ସିପିଏସ ମହୁଡ଼ା ଓ ଏନଟିଆର ସେବା ସମିତି ସହଯୋଗରେ ଏକ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମ ରାମଲିଙ୍ଗମ ରୋଡ ଗାନ୍ଧୀ ପାର୍କ ସମ୍ମୁଖରେ ଅନୁଷ୍ଟିତ ହେଉଛି l ଏହି ଅବସରରେ ଆଜି ଜି ପି ସି ଡି ଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ପୁଅ ସ୍ଵର୍ଗତ ବିଶ୍ୱଜିତ ପଣ୍ଡାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଟିତ ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ସଭାପତି ତଥା ଜିପିସିଡିଏ ସଂପାଦକ ପି ସତ୍ୟନାରାୟଣ ବାବୁ, ଜିପିସିଡିଏ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ଜିପିସିଡିଏ ଉପଦେଷ୍ଟା ତଥା ସିପିଏସ ଅଧକ୍ଷ ଭି ଜଗନ୍ନାଥ ରାଓ, ଜିପିସିଡିଏ କୋଷାଧ୍ୟକ୍ଷ ବଲ୍ଲଭ ଚନ୍ଦ୍ର ପାଣିଗ୍ରାହି, ବାଓ ସାଇନ୍ସ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପ ସଭାପତି ଭି ଚନ୍ଦ୍ରଶେଖର ଓ ମନୋଜ ପତି, ପିଆରଓ ନାଗେଶ୍ୱର ପୃଷ୍ଟି, କାର୍ଯ୍ୟଳୟ ସଂମ୍ପାଦକ ସୁଜିତ କୁମାର ଭୂୟାଁ, ସାଂଗଠନିକ ସଂପାଦକ ଗିରିଶ ପ୍ରଧାନ, ଏନଟିଆର ସେବା ସମିତି ସଭାପତି ଶ୍ରୀନିବାସ ରାଓ, ସଂପାଦକ ଲକ୍ଷଣ ରାଓ, ସମାଜସେବୀ ତଥା ବୃକ୍ଷପ୍ରେମି ବନମାଳୀ ପ୍ରଧାନଙ୍କ ସମେତ ସମସ୍ତ ସଂଗଠନର ବହୁ କର୍ମକର୍ତା ଉପସ୍ଥିତ ରହି ବାଟୋଇ ମାନଙ୍କୁ ଗ୍ଲୁକୋଜ ବଣ୍ଟନ କରିଥିଲେ l ପ୍ରକାଶଯୋଗ୍ୟ ଜିପିସିଡିଏ ତରଫରୁ ବିଭିନ୍ନ ସଂଘ ସହଯୋଗରେ ପ୍ରତେକ ବର୍ଷ ଖରା ଦିନରେ ଦୀର୍ଘ ସମୟ ଗ୍ଲୁକୋଜ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l

