ବ୍ରହ୍ମପୁର,୧୦।୮(ହିମାଂଶୁ ଶେଖର ସାବତ):ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ର ପରିଚାଳନା ନିମନ୍ତେ ୧୨ ଜଣ ଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ଦାୟିତ୍ଵ ପ୍ରଦାନ କରାଯାଇଛି।ଏଥିରେ ଦିଗପହଣ୍ଡି, ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନମଣ୍ଡଳୀ ର ସମାଜସେବୀ, ଛାତ୍ରନେତା,ଯୁବ ଉଦ୍ୟୋଗୀ ,କୃଷକ ଓ ଅଧିବକ୍ତା ଙ୍କୁ ସାମିଲ କରାଯାଇଛି।ଏହି କ୍ରମରେ ଗୋପାଳପୁର ନିର୍ବାଚନମଣ୍ଡଳୀର ଯୁବନେତା ତଥା ସମାଜସେବୀ ଡବ୍ୟୁ ବାଳକ୍ରିଷ୍ଣା ଙ୍କୁ ସାମିଲ କରାଯାଇଛି।ଶ୍ରୀ ବାଳକ୍ରିଷ୍ଣା ଗତ ୨୦୧୭ ରେ ୫୩ ନଂ ଜୋନ ରେ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଥିବା ସହ ବିଭିନ୍ନ ସମୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ସାଂଗଠନିକ ଦାୟିତ୍ଵ ତୁଲାଇଛନ୍ତି।ଗତ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେବା ସହ ଶୃଙ୍ଖଳିତ କର୍ମୀ ଭାବେ ଗୋପାଳପୁର ନିର୍ବାଚନମଣ୍ଡଳୀ ରେ ବିଜେପି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଥିବାରୁ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଜିଲ୍ଲା ସଭାପତି ବି ସୋମନାଥ ପାତ୍ର ସମେତ ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

