ଫୁଲବାଣୀ:ଜନବାଣୀ,୨୨/୦୬(ସୁନୀଲ ପଟ୍ଟନାୟକ):ରାଜ୍ୟ ସରକାର ଙ୍କ ସଫଳତା ର ଦୁଇ ବର୍ଷ ପାଳନସହିତ ବିଭିନ୍ନ ଜନ କଲ୍ୟାଣମୁଳକ ଯୋଜନା ର ପ୍ରଚାର ଓ ପ୍ରସାର ପାଈଁ ବିକାଶ ର ଧାରା ଓଡ଼ିଶା ସାରା କାର୍ଯ୍ୟ କ୍ରମ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମାଗଡ଼ ପଂଚାୟତ ରେ ଅନୁଷ୍ଠିତ ହୋଇଥଲା l ଏହି ଅବସରର ରେ ବିଧାୟକ ପ୍ରତିନିଧି ଲଳିତ ଦିଗାଲ, ବ୍ଲକ ବିଜେପି ସଭାପତି ଗୋଲକ କହଁର, ପିଇ ଓ ମାନସ କୁମାର ପାଣିଗ୍ରାହି, ଏ ଡି ଇ ଓ ସହଦେବ ନାୟକ ପ୍ରମୁଖ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା, ଉନ୍ନୟନ ମୂଳକ କାର୍ଯ୍ୟ, ଆଗାମୀ ଦିନର ବିକାଶ ର ଲକ୍ଷ୍ୟ ସମ୍ପର୍କ ରେ ଉପସ୍ଥିତ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ l ପି ଇ ଓ ମାନସ କୁମାର ପାଣିଗ୍ରାହି ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ପଂଚାୟତ ରେ ଚାଲିଥବା ସମସ୍ତ କଲ୍ୟାଣ ମୁଳକ ଯୋଜନା ଲୋକଂକ ନିକଟରେ ପହଂଚି ପାରୁଥିବାରୁ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିଲେ l ଗତ ଦୁଇ ବର୍ଷ ମଧ୍ୟରେ ପଂଚାୟତ ରେ କୃଷି, ଶିକ୍ଷା, ସ୍ଵାସ୍ଥ୍ୟ ପାନୀୟ ଜଳ, ଗମନା ଗମନ ଓ ମହିଳା ସଶକ୍ତି କରଣ କ୍ଷେତ୍ରରେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇ ଛି ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ l ସେହିପରି ଯଶଶ୍ଵୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସୁଦୂର ପ୍ରସlରୀ ମାର୍ଗ ଦର୍ଶନ ସାଙ୍ଗକୁ ରାଜ୍ୟର ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ଦୃଢ଼ ନେତୃତ୍ୱ, ଦୂରଦର୍ଶୀତା ଯୋଗୁଁ ଆଜି ଓଡ଼ିଶାର ପ୍ରତିଟି କୋଣ ଅନୁକୋଣ ରେ ବିକାଶ ର ଏକ ନୁଆ ଯୁଗ ଆରମ୍ଭ ହୋଇଥିବା ପଂଚାୟତ ନିର୍ବାହୀ ଅଧିକାରୀ ମାନସ କୁମାର ପାଣିଗ୍ରାହି, ବ୍ଲକ ସଭାପତି ଗୋଲକ କହଁର କହିଥିଲେ l କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନବାଡ଼ି କର୍ମୀ, ସମସ୍ତ ଆଶା କର୍ମୀ, ସମସ୍ତ ୱାର୍ଡ ମେମ୍ବର, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ଉପସ୍ଥିତ ଥିଲେ l

