ଫୁଲବାଣୀ,୧୪/୦୮(ସୁନୀଲ ପଟ୍ଟନାୟକ):ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୁମଗଡ ପଂଚାୟତ ରେ ଗୁରୁବାର ସରପଞ୍ଚ ପ୍ରତାପ କହଁର ଓ ପି ଇ ଓ ମାନସ ରଞ୍ଜନ ପାଣିଗ୍ରାହି ଙ୍କ ନେତୃତ୍ବରେ ଏକ ହର ଘର ତ୍ରିରଙ୍ଗା ରାଲୀ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଆମର ପୁର୍ବଜ ମାନେ ଦୁଇଶହ ବର୍ଷ ଧରି ଶାସନ କରୁଥିବା ଇଂରେଜ ମାନଙ୍କ କବଳ ରୁ ଦେଶ କୁ ସ୍ଵାଧୀନ କରିଥିଲେ ଆଉ ସେହି କଷ୍ଟ ଲବ୍ଧ ସ୍ବାଧୀନତା କୁ ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ l ରାଲ୍ଲୀ ଗୁମାଗଡ ଗ୍ରାମ ପରିକ୍ରମା କରିଥିଲା l ଏଥିରେ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା, ସମିତି ସଭ୍ୟ ଙ୍କ ସମେତ ଗ୍ରାମର ଶତାଧିକ ପୁରୁଷ, ମହିଳା ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l

