ଚିକିଟି,୧୬।୭(ନିଗମାନନ୍ଦ ପଣ୍ଡା):ଚିକିଟି ବିଜ୍ଞାପିତ ଅଂଚଳ ର ଚିକିଟି ଗଡ଼ ହରିଜନ ସାହିର ରାଜେନ୍ଦ୍ର ନାଇକଙ୍କ ର ପୁଅ ବିନୟ ନାଇକ ବୟସ ଛଅ ବର୍ଷ,ଅଜଣା ବସ୍ତୁ ସହ ଖେଳିବା ସମୟରେ ଦୁର୍ଘଟଣା ଘଟି ଗୁରୁତର ଭାବେ ପୀଡିତ ଥିବା ଖବର ପାଇ ଗୋପବନ୍ଧୁ ସେବା ସମିତି ର ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ବ୍ରହ୍ମପୁର ବଡ ମେଡିକାଲ ଚିକିତ୍ସିତ ହେଉଥିବା ପିଲାଟିକୁ ସାକ୍ଷାତ କରି ପିଲାଟିର ଶୀଘ୍ର ଆରୋଗ୍ୟ କାମନା କରିବା ସହିତ ପାଞ୍ଚ ହଜାର ଟଙ୍କା,ହ୍ରଲିକ୍ସ ପ୍ରଦାନ କଲେ . ସମିତି ସହ -ସମ୍ପାଦକ ଶ୍ରୀ ଶଙ୍କର ରାଓ, ସନ୍ତୋଷ ରେଡ୍ଡୀ,ମନୋଜ ମହାରଣା, ଗୌତମ ରଣା,ଯତୀନ ଗୁରୁଜୀ,ମନୋଜ ସୁବୁଦ୍ଧି ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ.ଉକ୍ତ ଦିନ ପଦ୍ମପୁର ର ଜଣେ 21 ବର୍ଷ ବୟସ ର ପୁଅ କୁ ବି ପୋଜିଟିଭ ରକ୍ତ ସମିତି ସଦସ୍ୟ ପ୍ରଶାନ୍ତ ରକ୍ତ ଭଣ୍ଡାର ରେ ରକ୍ତଦାନ କରିଛନ୍ତି.ସମସ୍ତଙ୍କୁ ସଂସ୍ଥା ର ସଦସ୍ୟ ନିଗମାନନ୍ଦ ପଣ୍ଡା ଧନ୍ୟବାଦ ଜଣେଇଛନ୍ତି ।

