ଗଞ୍ଜାମ,୨୩/୦୬(ହିମାଂଶୁ ଶେଖର ସାବତ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଗୋଖରକୁଦା ଗ୍ରାମଠାରେ ‘କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟ,ଋତୁଶ୍ରାବ, ସ୍ୱଚ୍ଛତା,ଶିଶୁ ସୁରକ୍ଷା,ଆଇନ ସଚେତନତା’ ଆଦି ବିଷୟ ଉପରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା l କିଶୋରୀ ବାଳିକାଙ୍କ ଅଧିକାର କ’ଣ,ମାସିକ ଋତୁଶ୍ରାବ ସମୟରେ କେମିତି ସ୍ୱଚ୍ଛ ରହିବା,ମହିଳା ଓ ଶିଶୁଙ୍କ ସୁରକ୍ଷା ସହ ବିକାଶ ପାଇଁ କ’ଣ କରିବା, ଗୁଡ଼ ଟଚ-ବେଡ଼ ଟଚ କ’ଣ,ବାଲ୍ୟ ବିବାହ କୁ କିପରି ରୋକିବା, ମୁକ୍ତ ବାଲ୍ୟ ବିବାହ ଭାରତ ଗଠନ କେମିତି କରିପାରିବା,ମାଗଣା ଆଇନ କ’ଣ-ଏହାର କିପରି ଉପଯୋଗ କରିପାରିବା ଆଦି ସବିଶେଷ ବିଷୟ ଉପରେ ଏହି ସଚେତନତା ସଭା ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସିଡବ୍ଲୁସି ସଦସ୍ୟା ଶ୍ରୀମତୀ ଲେନାଚାନ୍ଦ,ସେବା ସମ୍ପାଦିକା ଶ୍ରୀମତୀ ଅଳକା ସାହୁ,ଜିଲ୍ଲା ମହିଳା ହବ ସଦସ୍ୟା ଶ୍ରୀମତୀ ବବିତା ମହାରଣା,ସ୍ବେଛାସେବୀ ଜ୍ୟୋସ୍ନା କୁମାରୀ ସାହୁ,ଏନଏଫଆଇ ର ସ୍ବେଛାସେବୀ ଏନ ଗଣେଶ, ପି ନରସୀମା,ଅଙ୍କିତା ସାହୁ ,କିଶୋରୀ ବାଳିକା ପ୍ରମୁଖ ଉପସ୍ଥିତ ରହିଥିଲେ l

