ଜଗନ୍ନାଥ ପ୍ରସାଦ,୧୧।୦୯ (ପୂର୍ଣ୍ଣଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ତରାସିଙ୍ଗି ଥାନା ଅଞ୍ଚଳରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଗୋପନଗର ଛକ ହାଟ ନିକଟରେ ଚାଲିଥିବା ଏକ ବେଆଇନ ବନ୍ଧୁକ ନିର୍ମାଣ ୟୁନିଟ୍କୁ ଠାବ କରିଛି ତାରାସିଙ୍ଗି ପୁଲିସ। ଗୋପନଗର ଛକ ହାଟ ନିକଟରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି ହେଉଥିବା ନେଇ ପୁଲିସକୁ ମିଳିଥିଲା ଗୁପ୍ତ ସୂଚନା, ସୂଚନା ପାଇବା ପରେ ତରାସିଂ ଥାନା ଏବଂ ଗାଲେରୀ ପୋଲିସ ଫାଣ୍ଡି ଟିମ ମିଳିତ ଭାବେ ଉକ୍ତ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି, ଗିରଫ ବ୍ୟକ୍ତି ମାନେ ହେଲେ ପଗଳା ମୁଳି,ପ୍ରସନ୍ନ କୁମାର ମୁଳି ଓ ଟୁକୁନା ମୁଳି,ସେମାନଙ୍କ ନିକଟରୁ ୫ଟି ସିଙ୍ଗଲ୍ ବ୍ୟାରେଲ୍ ମଜଲ୍ ଲୋଡିଂ ବନ୍ଧୁକ ସହ ବହୁ ନିର୍ମାଣ ସାମଗ୍ରୀ ଜବତ କରିବା ସହ ଡ୍ରିଲ୍ ମେସିନ୍, ବ୍ଲୋଅର, ଇଲେକ୍ଟ୍ରିକ୍ କଟର, ଟ୍ରିଗର ମେକାନିଜମ୍, ହାତୁଡ଼ି, ଭାଇସ୍ ପ୍ରେସ୍ ମେସିନ୍, ହାତ ଚିମୁଟା, ହଲୋ ରଡ୍, ଫାଇଲ୍, ମଜଲ୍ ବ୍ୟାରେଲ୍, ମୋଟର ଏବଂ ଧାର କରିବା ପଥର ଜବତ କରିବା ସହ ପୁଲିସର ସୂଚନା ଅନୁସାର ଆର୍ଥିକ ଲାଭ ପାଇଁ ବନ୍ଧୁକ ତିଆରି କରି ଗ୍ରାହକଙ୍କୁ ଯୋଗାଇ ଦିଆଯାଉଥିବା ନେଇ ସୂଚନା ମିଳିଛି। ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏହି ଘଟଣାରେ ତରାସିଂ ଥାନାରେ କେସ୍ ନମ୍ବର ୩୩୭/ ୨୦୨୬ ରୁଜୁ ହୋଇଛି। ଆର୍ମସ୍ ଆକ୍ଟର ଧାରା ୨୫(୧)(a), ୨୫(୧-B)(a) ଏବଂ ୨୫(୧-B)(c) ଅନୁଯାୟୀ ମାମଲା ଦାୟର କରାଯାଇଛି।ଅବୈଧ ଅସ୍ତ୍ର ନିର୍ମାଣ, ବିକ୍ରି ଓ ଯୋଗାଣ ବିରୋଧରେ ଆଗକୁ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ତରାସିଂହ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

