ଫୁଲବାଣୀ,୧୪/୦୭(ସୁନୀଲ ପଟ୍ଟନାୟକ):ଦୈନିକ ସମାଜ ପକ୍ଷରୁ ସ୍ଥାନୀୟ ଇ ଲାଇବ୍ରେରୀ ପରିସରରେ ମଙ୍ଗଳ ବାର ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା l ସମାଜ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଅଶୋକ ମହାନ୍ତି ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସହରାଞ୍ଚଳ ବିକାଶ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ବାଣୁଆ, ପି ଏ ଆଇ ଟି ଡି ଏ ଯୁଧିଷ୍ଠିର ମେହେର, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,ସି ଡବ୍ଲୁ ସି ସଦସ୍ୟା ସୁସ୍ମିତା ଜେନା ଡି ପି ଆର୍ ଓ ଇଥାନିଆଲ୍ ନାୟକ ପ୍ରମୁଖ ଯୋଗ ଦେଇ ବ୍ୟକ୍ତି ଗତ ସ୍ୱାର୍ଥ ରୁ ଉର୍ଦ୍ଧ୍ବ ରେ ରହି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗରୀବ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ସହର ର କିଛି ସମାଜସେବୀ ଙ୍କୁ ଉପଢ଼ୌକନ ଓ ମାନ ପତ୍ର ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା l ଇ ଲାଇବ୍ରେରୀ ମୁଖ୍ୟ ପରିଚାଳକ ଶିବ ଶଙ୍କର ସାହୁ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିବା ବେଳେ ମହିଳା ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ଧନ୍ୟବାଦ୍ ଦେଇଥିଲେ l ଇ ଲାଇବ୍ରେରୀ ର ଅନ୍ୟ ତମ ଅଧିକାରୀ କାର୍ଯ୍ୟ କ୍ରମ ପରିଚାଳନାରେ ସହଯୋଗ କରିଥିଲେ l

