ନୂଆପଡ଼ା,୨୯/୦୪,(ପରମେଶ୍ୱର ମେହେର):ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଗୋ ସମ୍ମାନ ଆହ୍ୱାନ ସମିତି ତରଫରୁ ଗୋମାତାଙ୍କୁ ରାଷ୍ଟମାତା ଘୋଷଣା ସହ ଗୋ ହତ୍ୟା ବନ୍ଦ ସକାଶେ ଏକ ଦାବିପତ୍ର ସିନାପାଲି ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ମନୋରଞ୍ଜନ କେରକେଟା ଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୋପତି ମୁର୍ମୁ ମହୋଦୟା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମହୋଦୟ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମଭମ ପଟି ମହୋଦୟ ତଥା ଓଡ଼ିଶାର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମହୋନ ଚରଣ ମାଝୀ ମହୋଦୟ ଙ୍କୁ ଆଜି ପ୍ରଧାନ କରାଯାଇଛି। ସିନାପାଲି ସ୍ଥିତ ଅଲେଖ ମହିମା ଆଶ୍ରମର ସନ୍ଥ ରବିନ୍ଦ୍ର ବାବା ନେତୃତ୍ୱରେ ଅଞ୍ଚଳ ର ଗୋମାତା ପ୍ରେମୀ ଓ ଧର୍ମ ପରାୟଣ ବ୍ୟକ୍ତିଗଣ , ପଲସାପଡାର ଇସ୍କନ ଭଜନ କୀର୍ତ୍ତନ ମଣ୍ଡଳୀ ଏବଂ ହଲଦୀ ମୁଣ୍ଡା ଗ୍ରାମର ଭଜନ ମଣ୍ଡଳୀର ସ୦କୀର୍ତ୍ତନ ପରିବେଷଣ ସହ ଏକ ଶାନ୍ତିପୂର୍ଣ୍ଣ ଧାର୍ମିକ ଶୋଭାଯାତ୍ରା ଥାନା ଛକ ବାହାରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ତହସିଲ ଙ୍କ ଅନୁପସ୍ଥିତିରେ ଅତୀରିକ୍ତ ତହସିଲଦାର ଶ୍ରୀଯୁକ୍ତ ମନୋରଞ୍ଜନ କେରକେଟା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରା ଯାତ୍ରା ରେ ଶ୍ରୀଯୁକ୍ତ ତୁଳସୀ ରାମ ମେହେର,ତପନ ସା, ସୁବ୍ରତ କୁମାର ଠାକୁର, ସତ୍ୟବ୍ରତ ଗହୀର,ପୁସ୍ତମ ମଶ୍ରା,ମହୋନ ଚରଣ ଦାସ,ଅମିତ ଜୈନ,ଧମୈନ୍ଦ୍ର ପୁରୋହିତ,ଭୀଷ୍ମରାଜ ମେହେର,ଟିକଚନ ଗହୀର,ଧନିଷ୍ଠ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

