ଭଞ୍ଜନଗର,୧୭।୯(ନିଲୁ ବିଷୋୟୀ):ଗଞ୍ଜେଇ ଚାଲାଣ କରୁଥିବା ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଞ୍ଜନଗର ପୁଲିସ। ଏସଆଇ ଲଷ୍ମୀଧର ମହାନ୍ତି ସଦଳବଳେ ପେଟ୍ରୋଲିଂ କରୁଥିବା ବେଳେ ପହଣ୍ଡା ଛକରେ ୨ଜଣ ବ୍ୟକ୍ତିଙ୍କୁ ଏକ ଜରି ବସ୍ତା ସହ ଦେଖି ସନ୍ଦେହ ହେବାରୁ ଯାଞ୍ଚ୍ କରିଥିଲେ। ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ କନ୍ଧମାଳ ଜିଲ୍ଲା ଟିକାବାଲିର ଦୈତାରୀ ମଲ୍ଲିକ ଏବଂ ପଶ୍ଚିମ ବଙ୍ଗର ରାଜାପୁର ଉତ୍ତର ୨୪ ପ୍ରଗଣାର ଅଜବେରା ମୁଲ୍ଲା ନାମକ ଦୁଇ ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ଠାରୁ ମୋଟ ୨୩ କିଲୋ ୨୩୦ ଗ୍ରାମ ଚୋରା ଗଞ୍ଜେଇ ଏବଂ ୧୨୦୦ ଟଙ୍କା ଜବତ କରାଯାଇଛି। ଏନେଇ କେସ ନମ୍ବର ୯୭୩/୨୬ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

