ଭଞ୍ଜନଗର,୨୯।୯(ନିଲୁ ବିଷୋୟୀ):ଘୁମୁସରୀ ଗୋପାଳ ସମିତି ପକ୍ଷରୁ କାରଗିଲ ଭବନରେ ଘୁମୁସରୀ ଗୋପାଳକ ମାନଙ୍କ ପାଇଁ ଗୋପାଳନ ର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରାଯାଇଛି। ଗୋଚର ଜମି,ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା,ବ୍ୟକ୍ତିଗତ ତଥା ସାମୂହିକ ଗୁହାଳ ନିର୍ମାଣ କରିବା ଓ ଗୋ ଆଧାରିତ କୃଷି ପାଇଁ ସରକାର ପ୍ରୋତ୍ସାହନ ବ୍ୟବସ୍ଥା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ଗୋ ଚାଲାଣ ରୋକିବା, ଗୋଚର ଜମିର ଜବରଦଖଲ ମୁକ୍ତ କରିବା ସହ ଘୁମୁସରୀ କ୍ଷୀର,ଛେନା,ଲହୁଣୀ,ଘିଅ ପ୍ଳାଣ୍ଟ,ଗୋଠ ଓ କୁହ୍ନାର ଥିବା ଅଞ୍ଚଳରେ ଗୋକାଷ୍ଠ, ଗୋବର୍ଦ୍ଧନ ଯୋଜନା, ପଞ୍ଚଗବ୍ୟ ଉଦ୍ୟୋଗ ଓ ଗୋମୁତ୍ରର ଉପଯୋଗୀ ଆୟୁର୍ବେଦ ଶିଳ୍ପର ବିକାଶ କରିବାକୁ ଦାବି କରିଛନ୍ତି।ଏସବୁ ପ୍ରତିବାଦରେ ନୀରବ ପଦଯାତ୍ରା, ଶୀତକାଳୀନ ବିଧାନସଭା ଅଧିବେଶନରେ ଧର୍ମଘଟ କରିବେ ବୋଲି ସମାଜସେବୀ ତଥା ବାର୍ଡ ସମ୍ପାଦକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି। ଏଥିରେ ସତ୍ୟନନ୍ଦ ମହାରାଜା,ତ୍ରିନାଥ ଗୌଡ ଓ କୁମାର ଶୁଣି ବାବା ପ୍ରମୁଖ ଉପସ୍ଥିତ ଥିଲେ।

