ଚିକିଟି,୩।୧୦(ନିଗମାନନ୍ଦ ପଣ୍ଡା):ଏଫ ଏଲ ଏନ ଶ୍ରେଣୀଗୃହ ପାଇଁ ଉଦ୍ଦିଷ୍ଟଥିବା ଶିକ୍ଷାର ମାସିକ ଅଗ୍ରଗତିକୁ ଆକଳନ କରିବା ଏବଂ ଆସନ୍ତା ମାସପାଇଁ ଶୈକ୍ଷିକ ଯୋଜନା କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମଦେବା ଉଦ୍ଦେଶ୍ୟରେ ଟି ଇ ଏସ ଇ ଆର ଟି ଭୁବନେଶ୍ୱର, ଓଡିଶା ସୁନ୍ଦର ଫଳପ୍ରଦ ବ୍ୟବସ୍ଥା ଟିଏ କରାଇଛନ୍ତି । ତା’କୁ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ କୁହାଯାଏ । ଚଳିତ ମାସର ବୈଠକକୁ ସି ଆର ସି ସି ମିନତି କୁମାରୀ ପାଠୀ ପ୍ରାଥମିକ ବିଦ୍ୟାଳୟ ଲିଆଖାଇଠାରେ ଅନୁଷ୍ଠିତ କରାଇଥିଲେ । ବରିଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ସାରଦା ବେହରା, ପି ଜଗଦମ୍ବାଙ୍କ କରକମଳରେ ଶୈକ୍ଷିକ ଶିବିରର ଉଦ୍ଘାଟନ ହୋଇଥିଲା । ଏଥିରେ କରବାଲୁଆ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶ୍ରେଣୀ ପରିଚାଳନା କରୁଥିବା ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଶିକ୍ଷକଶିକ୍ଷୟିତ୍ରୀମାନେ ଲିଆଖାଇ ବିଦ୍ୟାଳୟ ପରିବେଶ ଭ୍ରମଣକରି ଖୁବ୍ ପ୍ରଶଂସା କରିଥିଲେ । ବିଦ୍ୟାଳୟର ସବୁଜିମା ଶୈକ୍ଷିକ ପରିବେଶ, ଶ୍ରେଣୀ ଗୃହ, ସ୍ଵଚ୍ଛତା ଓ ସାଜସଜ୍ଜା, ବିଦ୍ୟାଳୟ ଗ୍ୟାଲେରୀ ସମସ୍ତଙ୍କ ମନ ଜିଣିଥିଲା । ସି ଆର ସି ସି ଶ୍ରୀମତୀ ପାଠୀ ଓ ସି ଆର ଜି ସୁନୀଲ କୁମାର ପାଣିଗ୍ରାହୀ ଚଳିତ ମାସିକ ତାଲିମରେ ଭଷା ଶିକ୍ଷଣରେ ଡିକୋଡ଼ିଂର ଗୁରୁତ୍ୱ ଅର୍ଥାତସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ, ହ୍ରସ୍ୱ ସ୍ୱର, ଦୀର୍ଘ ସ୍ୱର, ବର୍ଣ୍ଣରେ ଫଳା ଓ ମାତ୍ରାର ସଠିକ ବ୍ୟବହାର, ତା’ର ସଠିକ ଉଚ୍ଚାରଣ, ସଠିକ ଢଙ୍ଗରେ ଲିଖନ, ସହ ଗଣିତ ପାଠଯୋଜନାରେ ପଞ୍ଚପଦୀର ବ୍ୟବହାର, ଶିକ୍ଷଣ ସୋପାନ ପୂରଣ ପ୍ରଭୃତି ଉପରେ ଗୁରୁତ୍ୱଦେଇ ଆଲୋଚନା କରିଥିଲେ ଯାହା ସଭିଙ୍କ ପ୍ରଶଂସା ସାଉଁଟିଥିଲା । କାର୍ଯ୍ୟକ୍ରମରେ ଶୃଙ୍ଖଳିତ ସହଯୋଗ କରିଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏବଂ ଫଳପ୍ରଦ ଶିକ୍ଷାଦାନ ପାଇଁ ସି ଆର ସି ସି , ସି ଆର ଜିଙ୍କୁ ଶିକ୍ଷକ ଦୁର୍ଗା ପ୍ରସାଦ ପାଢ଼ୀ, ନୀଳାଚଳ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

