ବେଗୁନିଆପଡ଼ା,୫।୧୦(ବାପୁନି ମାଲୁ):ବେଗୁନିଆପଡ଼ା ବ୍ଲକ୍ ଚନ୍ଦନପୁରରେ ଦୀର୍ଘ ୧୫ ବର୍ଷ ଧରି ଶବଦାହ ଗୃହ ନିର୍ମାଣ ଅଧପନ୍ତରିଆ ହୋଇ ପଡ଼ିରହିଛି। ପିଲାର ଉଠିଛି, ହେଲେ ଆଜି ପର୍ଯ୍ୟନ୍ତ ଛାତ ପଡ଼ିପାରିନାହିଁ। ଫଳରେ ଗ୍ରାମବାସୀ ଶବଦାହ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷ ପରେ ବର୍ଷ ବିତୁଛି, କିନ୍ତୁ ଅଧପନ୍ତରିଆ ନିର୍ମାଣ କାମ ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଶବଦାହ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

