ଚିକିଟି,୬/୬:(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲା ଚିକିଟି ର ଅଖଣ୍ଡ ପାଠାଗାର, ଯାହା ୧୯୧୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ସେହି ୧୧୪ ବର୍ଷର ସର୍ବ ପୁରାତନଏହି ଅଖଣ୍ଡ ପାଠଗାର ଆଜି ନିଷ୍କ୍ରିୟତା ଓ ସ୍ଥାଣୁ ଅବସ୍ଥାରେ ପଡିରହିଛି . ପାଠାଗାର ଚାବି ପଚିଶି ମାସ ହେଲା ଚାବି ପଡ଼ିଛି ଆଉ କିନ୍ତୁ ପଢିବାକୁ ଖଣ୍ଡେ ବହି ମିଳୁନି, ମୁଣ୍ଡ ଗଣତି କିଛି ଖବର କାଗଜ ଟେବୁଲ ଉପରେ ପଡୁଛି । ଏହି ଶତାୟୁ ପାଠାଗାର କୁ ସାରା ରାଜ୍ୟର ସାହିତ୍ୟିକ, ଗବେଷକ ଆସିଥାନ୍ତି ଦୁର୍ଲଭ କିଛି ପୁସ୍ତିକା ପଢିବା ପାଇଁ ଆସୁଥିଲେ କିନ୍ତୁ ଆଜି ଏହି ଶତାୟୁ ପାଠାଗାର ଥାଇ ମଧ୍ୟ ନଥିବା ସଙ୍ଗେ ସମାନ । ଅନୁସନ୍ଧାନରୁ ଜଣାଯାଏ ଯେ ଫିରିଙ୍ଗି ଶାସନରେ ଇଂରେଜ ଙ୍କୁ ନଡରି ୧୯୧୨ ମସିହାରେ ଚିକିଟିର ତତ୍କାଳୀନ ଜମିଦାର ରାଜସାହେବ ରାଧାମୋହନ ଦେବ , ସ୍ୱାଧୀନତା ସଂଗ୍ରାମୀ ଦିବାକର ପଟନାୟକ ଓ କିଛି ସମାଜସେବୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ଏହି ପାଠଗାର, ଚିକିଟିର ପ୍ରାୟ ସମସ୍ତ ପରିବାର ଓ ଅଞ୍ଚଳ ର କିଛି ସ୍ଵଛଳ ବର୍ଗର ଲୋକଙ୍କ ଘରେ ଗୋଟିଏ ଲେଖାଏଁ ମାଟି କଳଶ ଦିଆଯାଇଥିଲା । ପ୍ରତିଦିନ ପ୍ରତିଘରେ ରନ୍ଧା ଚାଉଳରୁ ମୂଠାଏ ଲେଖାଏଁ ଚାଉଳ ସଂଗ୍ରହ କରାଯାଉଥିଲା , ସପ୍ତାହନ୍ତ ରବିବାରରେ ସେହି ଚାଉଳ ସଂଗ୍ରହ କରି ତାକୁ ବିକ୍ରିକରି ସେହି ଅର୍ଥରେ ବହି କିଣି ପାଠାଗାରରେ ରଖଯାଉଥିଲା । ଅଖଣ୍ଡ ମୁଷ୍ଟି ଭିକ୍ଷା ରୁ ଆରମ୍ଭ ହୋଇଥିବା କାରଣରୁ ଏହି ପାଠାଗାରକୁ ଅଖଣ୍ଡ ପାଠାଗାରରେ ନାମିତ କରାଯାଇଥିଲା, ଏହି ପାଠାଗାରକୁ ଅଗ୍ରଗତୀ କରିବାରେ ଅଞ୍ଚଳର ପ୍ରତ୍ୟେକ ଲୋକଙ୍କ ଅବଦାନ ଅତୁଳନୀୟ । ୧୯୨୫ ମସିହାରେ ଏହି ପାଠାଗାର ର ଦାୟିତ୍ୱ ଜିଲ୍ଲା ବୋର୍ଡ ହାତକୁ ନେଇଥିଲା ଓ ପରବର୍ତ୍ତୀ ସମୟରୁ ଆଜିଯାଏଁ ସଂସ୍କୃତି ବିଭାଗ ଏହାର ଦାୟିତ୍ୱ ନେଇଛି । ବର୍ତ୍ତମାନ ଏହି ପାଠଗରରେ ୧୮ ହଜାର ବହି ଅଛି । ତନ୍ମଧ୍ୟରୁ ଅନେକ ଦୁର୍ଲଭ ପୂରାଣ ପୁସ୍ତକ, ବେଦ , ଉପନିଷଦ,କାବ୍ୟ, କବିତା ସଂକଳନ,ଗଳ୍ପ ସଂକଳନ, ଛାନ୍ଦ ଚୌପଦି ପୁସ୍ତକ ଆଦି ସଂଗୃହିତ । ଏହିପରି ଶତାୟୁ ଅନୁଷ୍ଠାନ ଆଜି ଅବହେଳିତ । ଦୀର୍ଘ ୨୪ ମାସ ହେବ ଖୋଲା ନହୋଇ ଗଛ ଲତାରେ ପରିପୂର୍ଣ ହୋଇଗଲାଣି । ବହିଖଣ୍ଡେ ପଢିବାକୁ ମିଳୁନି କାରଣ ଏଠାରେ କେହି ଲାଇବ୍ରେରୀଆନ ନାହାନ୍ତି ଶୁଣିବାକୁ ମିଳୁଛି ଜଣେ ପିଅନ ମାତ୍ର ମାସକୁ ପାଞ୍ଚ ଶହ ଟଙ୍କା ଦିଆଯାଉଛି କିନ୍ତୁ ଚାବି ଖୋଲାଯାଉନାହିଁ । ଏହି ଶତାୟୁ ପାଠାଗାର ପ୍ରତି ନିର୍ବାଚିତ ପ୍ରତିନିଧି ଏବଂ ଓଡିଶା ସରକାରଙ୍କର ସଂସ୍କୃତି ବିଭାଗର ଅଣଦେଖା କାହିଁକି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ବୁଦ୍ଧିଜିବିଙ୍କ ଆଶା ଓ ଭରସାର ଏହି ଅନୁଷ୍ଠାନ ପାଇଁ ରାଜନୈତିକ ଇଛା ଶକ୍ତିର ଅଭାବ ଅଛି ନା ପ୍ରଶାସନିକ ଅବହେଳା ? ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କୋଣସି ପ୍ରତିକ୍ରିୟା ଦେଇନାହାନ୍ତି । ଶତାୟୁ ପାଠାଗାରକୁ ଉଜ୍ଜୀବିତ କରିବା ସକାଶେ ସରକାରୀ ସ୍ତରରେ ଏବଂ ରାଜନୈତିକ ସ୍ତରରେ ପ୍ରଚେଷ୍ଟା କରି ଶତାୟୁ ଅଖଣ୍ଡ ପାଠାଗାରକୁ ପୁନଃଜୀଵିତ କରିବାକୁ ଅଂଚଳବାସୀଙ୍କ ଦାବୀ କରିଛନ୍ତି ।

