ଚିକିଟୀ,୨୫।୮(ନିଗମାନନ୍ଦ ପଣ୍ଡା):ରାଜକବି ରାଧାମୋହନ ବିଦ୍ୟାପୀଠ ର ମେଧାବୀ ଛାତ୍ର, ଚିନ୍ମୟ କୁମାର ପାଢ଼ୀ, ୨୦୨୩-୨୦୨୪ ଶିକ୍ଷାବର୍ଷରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ, ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର DDO ଶ୍ରୀ ସୀତାରମ ପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀ ଆରାଧ୍ୟେଶ୍ୱର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ହାରିଚନ୍ଦ୍ର ଦାସ ଙ୍କ ସମେତ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ତାର ଭବିଷ୍ୟତ ଉଜ୍ଜଳମୟ ହେବାର କାମନା କରିଛନ୍ତି। ସେ ଧାନଘର ନିବାସୀ ଶ୍ରୀମତୀ ସଙ୍ଗୀତା ପାଢ଼ୀ ଓ ଶ୍ରୀ ସଲିଲ କୁମାର ପାଢ଼ୀ ଙ୍କ ସୁପୁତ୍ର ଅଟନ୍ତି ।ଏହି ସଫଳତା ତାଙ୍କ ଏକାଗ୍ରତା,ଦୃଢ଼ ଇଚ୍ଛାଶକ୍ତି,ପରିଶ୍ରମ,ଗୁରୁଜନ ଭକ୍ତିର ଫଳ। ଏହି ଉଲ୍ଲେଖନୀୟ ସଫଳତା ଅନ୍ୟ ଛାତ୍ର ମାନଙ୍କ ମନରେ ଉତ୍ସାହ ସୃଷ୍ଟି ସହ ଆଗକୁ ବଢିବାର ପ୍ରେରଣା ଯୋଗାଇବ ବୋଲି ଆଶା ଓ ବିଶ୍ବାସ।

