ବ୍ରହ୍ମପୁର,୭/୪:(ହିମାଂଶୁ ଶେଖର ସାବତ):ଗୋଳନ୍ଥରା ପୋଲିସ ଦ୍ଵାରା,ଚୋରି ମାମଲାର ପର୍ଦାଫାଶ l ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଡl ଗ୍ରାମର ଶିବ ସାମନ୍ତରାୟଙ୍କ ଦ୍ୱାରା କରାଯାଇଥିବା ଚୋରି ଅଭିଯୋଗରେ ଗୋଳନ୍ଥରା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସୂଚନା ପ୍ରକାରେ, ଗତ ୧ ତାରିଖ ରାତିରେ କିଛି ଅଜଣା ଦୁର୍ବୃତ୍ତ ଶିବ ସାମନ୍ତରାୟଙ୍କ ଔଷଧ ଦୋକାନର ସଟର ତାଲା ଭାଙ୍ଗି ୨୦,୦୦୦ ଟଙ୍କା ନଗଦ ଏବଂ ଏକ ଭିଭୋ ମୋବାଇଲ୍ ଫୋନ୍ ଚୋରି କରି ନେଇ ପଳାଇ ଯାଇଥିଲେ । ଶିବ ସାମନ୍ତରାୟ ଗୋଳନ୍ଥରା ପୋଲିସ ଥାନାରେ ଅଭିଯୋଗ କରିବା ପରେ, ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସିସି ଟିଭି ଫୁଟେଜ୍, ତା’ସହିତ ସାକ୍ଷୀଙ୍କ ବୟାନରୁ ଆରୋପୀଙ୍କ ପରିଚୟ ମିଳିପାରିଥିଲା। ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସ ବ୍ରହ୍ମପୁରର ବି. ଟାଉନ୍ ଥାନା ଅନ୍ତର୍ଗତ ଖାଜାଷ୍ଟ୍ରିଟ୍ ଅଞ୍ଚଳରୁ ଅଭିଯୁକ୍ତ ଶୈକ ସଦାମଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଶୈକ ସଦାମଙ୍କୁ ଗିରଫ କରିବା ପରେ ତାଙ୍କ ନିକଟରୁ ଗୋଟିଏ ସ୍କ୍ରୁ ଡ୍ରାଇଭର, କଟିଂ ପ୍ଲାୟାର ଏବଂ ନଗଦ ୩୭୦୦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରାଯାଇ କୋର୍ଟକୁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ରହିଛି l ତେଵେ ଅଭିଯୁକ୍ତ ଶୈକ ସଦାମଙ୍କ ନାମରେ ବ୍ରହ୍ମପୁର ଜିଲ୍ଲା ପୋଲିସର ବିଭିନ୍ନ ଥାନାରେ ଯେପରିକି ଟାଉନ ଥାନା, ନିମଖଣ୍ଡି ଥାନା,ଗୋସାଣୀନୂଆଗାଁ ଥାନାରେ ପୂର୍ବରୁ ଅନେକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

