ଜଗନ୍ନାଥ ପ୍ରସାଦ,୧୨/୦୪,(ଚିତ୍ତରଞ୍ଜନ ଗନ୍ତାୟତ):ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ ସାପଧରାଳି ନାମରେ ଅଞ୍ଚଳରେ ପରିଚିତ ବ୍ୟକ୍ତି କହିଲେ ଅବକାଶ ବେହେରା ଙ୍କୁ ମନ ପକାନ୍ତି ଲୋକମାନେ କାରଣ ସେ ଏତେ ସୁନ୍ଦର ଭାବରେ ଯୋଉ ସପ ହାଉନା କାହିଁକି ତାହାଙ୍କୁ ଅତି ସହଜରେ ଧରି ପକାନ୍ତି |ସେ ଏମିତି ଏକ ସପ ଧରାଳି ଯାହାକୁ ବନବିଭାଗ ସବୁ ବେଳେ ସାପ ବାହାରିଲେ ମନ ପକାନ୍ତି |ବନବିଭାଗ କୁ ଯଦି ଫୋନ ଆସେ ଯେ ସାପ ବାହାରିଛି ତେବେ ସମସ୍ତେ ମନ ପକାନ୍ତି ଅବକାଶ ଭାଈ (ପିଣ୍ଟୁ )ଆଜକୁ ବହୁ ଦିନ ହେଲା ସେ ସାପ ଧରି ଅଞ୍ଚଳରେ ବେଶ ପରିଚିତ ଏଥି ସହିତ ସେ ବହୁ ବଡ଼ ବଡ଼ ଐରାଜ, ନାଗ, ରଣା, ଠାରୁ ସମସ୍ତ ବିଷାକ୍ତ ସାପମାନଙ୍କୁ ଅତି ସହଜରେ ଧରିପାରନ୍ତି |କିଛି ଦିନ ତଳେ ହରିଶରଣ ପୁର ରୁ ୧୫ ଫୁଟ ରୁ ଉର୍ଦ୍ଧ ଏକ ଐହୀରାଜ ଧରିବା ସାହି ଅଳସୁ ଗ୍ରାମରେ ମଧ୍ୟ ୨୦ ଫୁଟ ରୁ ଉର୍ଦ୍ଧ ଐହୀରାଜ ଧରି ନେଇ ଜଙ୍ଗଲ ରେ ଛାଡି ଆସନ୍ତି |

