ଜଟଣୀ,୨୭।୮(କେଦାର ନାଥ ସାହୁ):ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ କେନ୍ଦ୍ରରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ପୂର୍ବ ମୁଖ୍ୟ ପ୍ରଶାସିକା ରତ୍ନପ୍ରଭା ରାଜଯୋଗିନୀ ଦାଦୀ ପ୍ରକାଶମଣୀ ଙ୍କର ୧୯ତମ ପୁଣ୍ୟ ସ୍ମୃତି ଦିବସ ସହିତ ପବିତ୍ର ରକ୍ଷାବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀଙ୍କ ନେତୃତ୍ୱରେ ସଂସ୍ଥାର ସମସ୍ତ ଭାଇ ଭଉଣୀ ଓ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ତଥା ବିଧାୟକ ବିଭୂତିଭୂଷଣ ବଳବନ୍ତରାୟ, ବିକାଶ ପରିଷଦର ସମ୍ପାଦକ ଅନନ୍ତ ଶତପଥୀ, ନାଇଜର ର ବରିଷ୍ଠ ବୈଜ୍ଞାନିକ ସାରଳାସ୍ଥିତ ମହାନ୍ତି, ଜଟଣୀର ସମସ୍ତ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ , ଡି.ଆର.ଏମ୍ ଅଫିସ ର ସମସ୍ତ ଅଧିକାରୀଗଣ ମାନଙ୍କୁ ରକ୍ଷାସୁତ୍ର ବନ୍ଧାଯାଇଥିଲ। ଏହି ସେବାକୁ ବ୍ରହ୍ମାକୁମାର ତଥା ପୂର୍ବତନ କାଉନସିଲର ଅଶୋକ ବଳିଆର ସିଂଗ ପରିଚାଳନା କରିଥିବା ବେଳେ ବ୍ରହ୍ମକୁମାର ସରୋଜ, ସତ୍ୟ , ଶ୍ରୀପତି , ମଳୟ , ତଥା ବ୍ରହ୍ମାକୁମାରୀ ବିଜୟିନୀ , ଟିକି, ମାମା ,ସିନି, ପୂଜା , ଓ ମମତା ପ୍ରମୁଖ ଭାଇଭଉଣୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଦାଦୀ ପ୍ରକାଶମଣୀ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପରେ ପ୍ରସାଦ ସେବନ କରାଯାଇଥିଲା।

