ଫୁଲବାଣୀ,୨୫/୦୮(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଜିରିଡି କିଆ ପଂଚାୟତ ର ତାଣ୍ଡି ପାଙ୍କl ଗ୍ରାମ ର ୪ଭାଇ ଭଉଣୀ ଜିଲ୍ଲା ପାଳ ବେଦ ଭୂଷଣ ଙ୍କୁ ଗୁହାରୀ କରି ସହାୟତା ଲୋଡିଛନ୍ତି l ସୂଚନା ଯୋଗ୍ୟ ଯେ ପ୍ରାୟ ୮ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣା ରେ ବାପା ବିଶିକେଶନ ବେହେରା ଙ୍କ ମୃତ୍ୟୁ ଘଟିଥିଲା l ବାପାଙ୍କ ମୃତ୍ୟୁ ପରେ ମା ମୂଲ ଲାଗି ଜେନ ତେନ୍ ପ୍ରକାର ପିଲାମାନଙ୍କ ମୁହଁ ରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଈ ବଞ୍ଚାଇ ରଖିଥିଲା ହେଲେ, ଗତ ଅଗଷ୍ଟ ୧୯ରେ ମାଆ ଗାଧେଇବା ବେଳେ ଗୋଡ ଖସି ଯିବା ଫଳରେ ପାଣିରେ ବୁଡ଼ି ଯାଇ ମୃତ୍ୟୁ ବରଣ କଲେ l ଏବେ ଚାରି ଭାଈ ଭଉଣୀ ଅନାଥ ହୋଇଯାଇଛନ୍ତି l ଏତେ ବଡ ଦୁନିଆରେ କେମିତି ବଞ୍ଚିବେ କେମିତି ପଢ଼ିବେ କେମିତି ଖାଇବେ ବୁଦ୍ଧି ଦିଶୁନି l ବିଶିକେଷନ ଙ୍କ ଦୁଇ ଝିଅ ଓ ଦୁଇ ପୁଅ ମଧ୍ୟରୁ ବଡ଼ଝିଅ ଅବିବାହିତ ଥିବା ବେଳେ ସାନ ଝିଅ ପାଠ ସାରି ବସିଛି l ପୁଅ ଦୁଇଜଣ ନାବାଳକ l ଜଣଙ୍କୁ ୧୨ବର୍ଷ ଓ ଅନ୍ୟ ଜଣକୁ ୧୧ବର୍ଷ l ସେମାନେ କିଭଳି ପାଠ ପଢ଼ିବେ ସେ ନେଇ ଚିନ୍ତା ଘାରିଛି ଭଉଣୀ କୁ l ଜିଲ୍ଲା ପ୍ରଶାସନ ଏ ଦୁଇ ଭାଇ କୁ ପାଠ ପଢ଼ାଇବା ସହ ଭଲ ମନ୍ଦ ବୁଝିଲେ ସେମାନଙ୍କ ଦୁଃଖ ଦୂର ହୁଅନ୍ତା ବୋଲି ଭଉଣୀ ଆଶା ଦେବୀ ବେହେରା କହିଛନ୍ତି l

