ଫୁଲବାଣୀ,୧୩/୦୪(ସୁନୀଲ ପଟ୍ଟନାୟକ):ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି ଆମ ରୁଚି ଆମ ଖାଦ୍ୟ ପାରମ୍ପରିକ ଖାଦ୍ୟ ମେଳା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଫୁଲବାଣୀ ଆୟୋଜଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ସଂସ୍କୃତି ଅଧିକାରୀ ଗଦାଧର ପାତ୍ର ଯୋଗଦେଇ ଖାଦ୍ୟ ମେଳକୁ ଉଦଘାଟିତ କରିଥିବା ବେଳେ ସଂମାନ୍ନୀତ ଅତିଥି ଭାବେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବଣୁଆ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରି ସାହୁ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର, ଏପିଡି ନରେନ୍ଦ୍ର କୁମାର ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଶୁଭ୍ରାଜିତ ବିଶ୍ୱାଳ, ଜିଲ୍ଲା ଖାଦ୍ୟ ନିରାପତା ଅଧିକାରୀ ସତ୍ୟବର୍ତ ଷେଣ୍ଢ, ଓଏସିଏଫଓ ସ୍ୱତାଲୀନା ସାହୁ ପ୍ରମୁଖ ଯୋଗଦେଇଥିଲେ l ଏହି ଖାଦ୍ୟ ମେଳରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଟି ଯୋଗ ଦେଇ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିଥିଲେ l ଏହି ଖାଦ୍ୟ ମେଳାରେ କନ୍ଧମାଳ ଜିଲ୍ଲା ସ୍ଥାନୀୟ ପାରମ୍ପରିକ ଖାଦ୍ୟ ଏବଂ ସ୍ଵାସ୍ଥ୍ୟକର ମାଣ୍ଡିଆ ପ୍ରସ୍ତୁତ ସୂପ, ଚାଉମିନ, ପିଠା, କାକରା ଆଦି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା l ଏହି ଖାଦ୍ୟ ମେଳାରେ ଭଲ ଖାଦ୍ୟ ପ୍ରସ୍ତୁତି ପାଇଁ ରାଇକିଆ ବ୍ଲକ ର ସତ୍ୟୟୋତି ସ୍ବୟଂ ସହାୟିକା ଗୋଷ୍ଠୀ ପ୍ରଥମ, ଫୁଲବାଣୀ ପୌର ପରିଷଦର ଜନନୀ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱିତୀୟ ଓ ବୀଜଇତା ହେଲେ ସୁକନ୍ୟା ସ୍ବୟଂ ସହାୟିକା ଗୋଷ୍ଠୀ ତୃତୀୟ ସ୍ଥାନ ହାସଲ କରିଥିଲେ ଏବଂ ପ୍ରଥମ ସ୍ତାନ ଅଧିକାର କରିଥିବା ଏସ୍ ଏସ୍ ଜୀଙ୍କୁ ୧୫ ହଜ଼ାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୧୦ ହଜ଼ାର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଏସ୍ ଏସ୍ ଜୀଙ୍କୁ ୫ ହଜ଼ାର ଟଙ୍କା ସହିତ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା l ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

