ତୁମୁଡ଼ିବନ୍ଧ,୬।୧୦(ବାଳକୃଷ୍ଣ ଚର୍ଚି): ତୁମୁଡ଼ିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ବିଦ୍ୟାଳୟରେ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସିଡିପିଓ ଶ୍ରୀମତୀ ବନଜା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ନାରୀ ଶିକ୍ଷିତ ଓ ସଶକ୍ତ ହେଲେ ସମାଜର ବିକାଶ ସହ ବିକଶିତ ଭାରତ ଗଠନ ସମ୍ଭବ ବୋଲି ସେ ମତ ଦେଇଥିଲେ।ଏହି ଅବସରରେ କୁଇଜ୍, ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା। ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

