ଫୁଲବାଣୀ,୨୯।୦୭ (ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଈଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ କାର୍ଯ୍ୟ କ୍ରମ ଟି ଚ କଂଧମାଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଜିଲ୍ଲା ପାଳ ବେଦ ଭୂଷଣ ଙ୍କ ନିଷ୍ଠା ପର ଉଦ୍ୟମ ,ଆନ୍ତରିକତା ଓ ଆଗ୍ରହ ପ୍ରକାଶ ଯୋଗୁଁ ଟିଚ କଂଧମାଳ ଆରଂଭ ହୋଇଛି l ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସେ ଏହାର ତଦlରଖ କରୁଛନ୍ତି l ସ୍କୁଲ ଗୁଡ଼ିକ ରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ବୃଦ୍ଧି କରିବା ସହ ସ୍କୁଲ କୁ ନିୟମିତ ଯାଉ ନଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ଶିକ୍ଷା ଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା, ମଧ୍ୟାହ୍ନ ଭୋଜନ ର ମାନ ବୃଦ୍ଧି କରିବା କାର୍ଯ୍ୟ କ୍ରମ ର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ବେଦ ଭୂଷଣ କହିଛନ୍ତି l ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ଠିକ ସମୟରେ ସ୍କୁଲ ଆସିବେ ସେଥିପ୍ରତି ନଜର ରଖିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି l ଏହା ଫଳରେ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି ପାଇବ l ବର୍ତ୍ତମାନ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ବିଭିନ୍ନ ଗ୍ର। ମାଞ୍ଚ ଳ ସ୍କୁଲ ବୁଲି ସେଠାକାର ଶୈ ଖିକ ବାତାବରଣ ଅନୁଧ୍ୟାନ କରିବା ସହ ପିଲାଙ୍କୁ ପାଠ ପଢ଼ାଉଛନ୍ତି l ଏହି କାର୍ଯ୍ୟକ୍ରମ ଆରଂଭ ହେବା ଫଳରେ ନିୟମିତ ସ୍କୁଲ୍ ଆସୁନଥିବା, ମଧ୍ୟାହ୍ନ ଭୋଜନ ଅର୍ଥ ହେରେଫର୍ କରୁଥିବା ଶିକ୍ଷକ ଭୟଭୀତ ହୋଈ କାଗଜ ପତ୍ର ଠିକ୍ କରିବାରେ ଲାଗିଛନ୍ତି l ସୋମବାର ଜିଲାପାଳ ଖଜୁରିପଡା ବ୍ଲକ୍ ଟି ଟ୍ରା ପଙ୍ଗl ପଂଚାୟତ ର କଲାଡ଼ି ସ୍କୁଲ ପରିଦର୍ଶନ କରି ଥିବା ବେଳେ ଏସପି ରମେନ୍ଦ୍ରପ୍ରସାଦ ଦୁଟିମେଣ୍ଡି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ବା ସହ ପିଲାଙ୍କୁ ପାଠ ପଚାରିଥିଲେ l ସେହିପରି ଡି ଏଫ୍ ଓ କଳିଙ୍ଗ ମଡେଲ ରେଶିଡେ ନ୍ସିଆଲ ସ୍କୁଲ ଖଜୁରିପଡା, ସି ଡ଼ି ଓ ଶମ୍ଭୁ ନାଥ ନନ୍ଦୀ ଟିକିରିପଡା ସ୍କୁଲ, ଉପ ଜିଲ୍ଲାପାଳକନ୍ଧମାଳ ଭିକାରୀ ସାହୂ ସୁଦୃକୁମ୍ପl ହାଇ ସ୍କୁଲ, ପି ଏ ଆଇ ଟି ଡି ଏ ଯୁଧିଷ୍ଠିର ମେହେର ସୂ ଡ୍ରେଜୁ ହାଇସ୍କୁଲ,ପ୍ରକଳ୍ପ ନିର୍ଦେଶକ ଡ଼୍ୟୁ ଡା ପ୍ରବୀଣ କୁମାର ବାଣୁଆ ଏସ ଏସ ଡି ହାଇସ୍କୁଲ ରଣ ପାଟୁ ଲି ହାଇସ୍କୁଲ, ଡି ଡି ଏଚ ସ୍ମିତା ମହାନ୍ତି ନୋଡାଲ ହାଇସ୍କୁଲ ଦୁଟି ପଡ଼ା, ତହସିଲଦାର ଶୁଭଶ୍ରୀ ରଥ ବ୍ଲକ୍ କଲୋନୀ ସ୍କୁଲ, ବି ଡିଓ ଶୁଭ ଦତ୍ତାତ୍ରେୟ ବାହିନୀ ପତି ଖଜୁରିପଡା ଅପର ପ୍ରାଇମେରୀ ସ୍କୁଲ, ଓ ଅନ୍ୟାନ୍ୟ ଅଧିକାରୀ ମାନେ ବିଭିନ୍ନ ସ୍କୁଲ ଗସ୍ତ କରି ଶିକ୍ଷାଦାନ କିଭଳି ଚାଲିଛି ଅନୁଧ୍ୟାନ କରିଥିଲେ l ଆଗlମି ସପ୍ତାହ ରେ ଫିରିଙ୍ଗିଆ ବ୍ଲକ ର ସମସ୍ତ ସ୍କୁଲ ଅନୁଧ୍ୟାନ କରିବା କାର୍ଯ୍ୟ କ୍ରମ ରହିଥିବା ଜଣପଡିଛି l

