ଫୁଲବାଣୀ,୨୯/୦୫,(ସୁନୀଲ ପଟ୍ଟନାୟକ):ଫୁଲବାଣୀ ରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବେଳେ ତୋରଣ, ଗେଟ ଓ ବାଉଁଶ ବାଡ଼ ପୋତିବା ପାଈଁ ସହର ର ୧୫ ଗୋଟି ମାର୍କେଟ କମିଟି ପକ୍ଷରୁ ସାଜସଜ୍ଜା ପାଈଁ ପିଚୁ ଓ ମ୍ୟୁନିସିପାଲଟି କଂକ୍ରିଟ ଓ ଫେବର୍ ବ୍ଲକ ରାସ୍ତା ରେ ଶତାଧିକ ଗାତ ଖୋଳି ବାଉଁଶ ପୋତିଥିଲେ! ଯାତ୍ରା କମିଟି ମଧ୍ୟ ବହୁ ଗେଟ ନିର୍ମାଣ କରିଥିଲେ! ଗାତ ଗୁଡିକ ମୁଖ୍ୟତଃ ରାସ୍ତାରେ ଦୁଇ ପାର୍ଶ୍ଵରେ ଖୋଳା ଯାଇ ବାଉଁଶ ପୋତି ଆଲୋକ ସଜା ଯାଇଥିଲା! ଗାତ ଖୋଳିବା ପୂର୍ବରୁ ପୂର୍ତ୍ତ ବିଭାଗ ଓ ମ୍ୟୁନିସିପାଲଟି କତୃପକ୍ଷ ଙ୍କ ର ଲିଖିତ ଅନୁମତି ନେବା ଆବଶ୍ୟକ ଥିଲେ ମଧ୍ୟ କମିଟି ଅନୁମତି ନେଇ ନଥାନ୍ତି କିମ୍ୱା କତୃପକ୍ଷ ମଧ୍ୟ ଧାର୍ମିକ ଯାତ୍ରା ବୋଲି କିଛି କହନ୍ତି ନାହିଁl ତେବେ ଯାତ୍ରା ସରିବା ପରେ ସେସବୁ ଶତାଧିକ ଗାତ ଗୁଡିକୁ ପୁନର୍ବାର ପୋତିବା ପାଈଁ କମିଟି ଓ ମାର୍କେଟ ର କର୍ମ କର୍ତ୍ତା ଭୁଲି ଯାଆନ୍ତି! ଏଥର ବି ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି! ଯାତ୍ରା ସରିବା ର ୧୦ଦିନ ବିତିଲାଣି ଆଉ ଆଗକୁ ବର୍ଷା ମଧ୍ଯ ଆସୁଛି l ଲୋକେ ଗାତରେ ପଡି ଆଘାତ ପାଉଛନ୍ତି ଓ ଦୁର୍ଘଟଣା ର ଶିକାର ହେଉଛନ୍ତି ବୋଲି ଓକିଲ ବିଜୟ କୃଷ୍ଣ ପଟ୍ଟନାୟକ ଅଭିଯୋଗ କରିଛିନ୍ତି! ଗାତ ଗୁଡିକ ତୁରନ୍ତ ପୋତିବାକୁ ପୂର୍ତ୍ତ ବିଭାଗ କତ୍ତୃପକ୍ଷ ଯାତ୍ରା କମିଟି ସହ ଆଲୋଚନା କରି କାର୍ଯାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ପଟନାୟକ କହିଛନ୍ତି l

