ହିଞ୍ଜିଳି,୧୭।୯(ପୂର୍ଣ୍ଣ ଚନ୍ଦ୍ର ବାରିକ): ବୁଗୁଡ଼ା ସତ୍ସଙ୍ଗ କେନ୍ଦ୍ର ପକ୍ଷରୁ ସୋମନାଥ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି। ବୁଧବାର ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ପ୍ରତ୍ୟୁଷରେ ଉଷା କୀର୍ତ୍ତନ, ପ୍ରାତଃ କାଳରେ ସମବେତ ଉଷା ବିନନ୍ତି ପ୍ରାର୍ଥନା, ପୂର୍ବାହ୍ନରେ ନଗର କୀର୍ତ୍ତନ ସହ ସତ୍ସଙ୍ଗ ସଦାଲୋଚନା କରାଯାଇଥିଲା। ବୁଗୁଡ଼ା ସତ୍ସଙ୍ଗ କେନ୍ଦ୍ରର ୨୭ତମ ବାର୍ଷିକୀରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସହପ୍ରତରିତିକ ଡ.ବନମାଳି ସାହୁ, ପୂଜ୍ୟ ବକ୍ତା ଭାବେ ଧର୍ମପ୍ରଚାରକ ମନୋରଞ୍ଜନ ସ୍ବାଇଁ, ସମ୍ମାନିତ ଅତିଥି ଭାବେ ସହପ୍ରତିରିତିକ ପ୍ରଦିପ୍ତ କୁମାର ବେହେରା ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନଚର୍ଯ୍ୟା ଗ୍ରହଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। କାର୍ଯ୍ୟକ୍ରମରେ ଧର୍ମପ୍ରଚାରକ ବିଶ୍ଵେଶ୍ଵର ଦୋରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉତ୍ସବ କମିଟି ସଭାପତି ଦୁର୍ଗା ମାଧବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବରେ ମାତୃମଣ୍ଡଳୀ ସମେତ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

