ବୁଗୁଡ଼ା,୦୨/୦୬,(ପୂର୍ଣ୍ଣ ଚନ୍ଦ୍ର ବାରିକ):ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁସାରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପରିବେଶକ ଅନୁକୂଳ କରିବା ଲକ୍ଷ୍ୟରେ “ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ” ଅଭିଯାନ ଅଧୀନରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନକୁ ଜୋରଦାର କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବା, କପଡ଼ା ଓ ପାଟ ବ୍ୟାଗ ବ୍ୟବହାରକୁ ପ୍ରୋତ୍ସାହନ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରାଯାଉଛି।ଅଭିଯାନରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସରକାରୀ କର୍ମଚାରୀମାନେ ସାମିଲ ହୋଇ ସଫେଇ କାର୍ଯ୍ୟକ୍ରମ, ସଚେତନତା ରାଲି ଓ ପ୍ଲାଷ୍ଟିକ ସଂଗ୍ରହ ଅଭିଯାନ ଚଳାଉଛନ୍ତି।ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଦ୍ୱାରା ହିଁ ଗଞ୍ଜାମକୁ ପ୍ଲାଷ୍ଟିକ ମୁକ୍ତ ଏବଂ ସ୍ୱଚ୍ଛ ଜିଲ୍ଲାରେ ପରିଣତ କରାଯାଇପାରିବ ବୋଲି ଆଶା କରାଯାଉଥିବାବେଳେ ଆଜି ବୁଗୁଡ଼ା ବ୍ଲକ ତାକରଡ଼ା ପଞ୍ଚାୟତ ସରପଞ୍ଚ ଦିଲ୍ଲିପ କୁମାର ପ୍ରଧାନଙ୍କ ନେତୃତ୍ୱ ରେ ଶ୍ରମଦାନ କରି ପଞ୍ଚାୟତକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ପ୍ରୟାସ କରାଯାଇଛି ।

