ଭଞ୍ଜନଗର,୧୫/୦୬(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପକ୍ଷରୁ ଚଳିତ ବର୍ଷ ରଜ ଉତ୍ସବକୁ ଧୁମ୍ ଧାମରେ ପାଳନ କରାଯାଇଛି। ଏସଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ପୌରହିତ୍ୟରେ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଥାନା ପରିସରରେ ରଜ ଉତ୍ସବର ଆୟୋଜନ କରିଥିଲେ। ଏଥିରେ ଆଖପାଖ ଅଞ୍ଚଳର ବହୁ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇଥିଲେ। ପିଲା ମାନେ ଦୋଳିରେ ଝୁଲିବା ସହ ଖେଳକୁଦ କରିଥିଲେ। ଥାନା ପକ୍ଷରୁ ରଜ ପାନ ସହ ସମସ୍ତଙ୍କୁ ମିଠା ବଣ୍ଟନ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ସହ ସାଂସ୍କୃତିକ ଭାବାବେଗ ସ୍ଥାପନ ସୃଷ୍ଟି କରିବାରେ ସହାୟକ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଫଳରେ ପୁଲିସ ଆଉ ଜନସାଧାରଣ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ସହ ଆଗାମୀ ପିଢ଼ି ପୁଲିସ ପ୍ରତି ବିଶ୍ୱାସ, ସମନ୍ୱୟ ରକ୍ଷା ସହ ଦୂରତ୍ୱ ହ୍ରାସ ପାଇବ ବୋଲି କୁହାଯାଇଛି। ଏଥିରେ ତାରସିଂ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

