ବ୍ରହ୍ମପୁର,୧୩।୮(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ସହରର ସର୍ବ ପୁରାତନ ସ୍କୁଲ ସିଟି ହାଇସ୍କୁଲ ପରିସରରେ ଆଜି ଅପରାହ୍ଣରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତେଲୁଗୁ ମାଧ୍ୟମର ସମସ୍ତ ଛାତ୍ରଛାତ୍ରୀଙ୍କୁ ନୋଟ୍ବୁକ୍, କମ୍ପାସ ବକ୍ସ, କଲମ, ପେନ୍ସିଲ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏ ନେଇ ସ୍କୁଲରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆନ୍ଧ୍ର ମହିଳା ସମାଜମର ସଭାପତି ଏମ୍. କାମେଶ୍ୱରୀ, କଣ୍ଠଶିଳ୍ପୀ କେ. ଶ୍ରୀଲକ୍ଷ୍ମୀ ଓ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଅତିଥି କହିଛନ୍ତି। କାର୍ଯ୍ୟକ୍ରମକୁ ଶ୍ରୀନିବାସ ରାଜନ୍ନା ସଂଯୋଜନ କରିଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷାକ୍ଷେତ୍ରରେ ସହାୟତା କରିବ।ଶିକ୍ଷୟିତ୍ରୀ ଉମା ଜୟନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତେଲୁଗୁ ସମାଜର ଇ. ବିମଳା, ଇ. ଶ୍ରୀଦେବୀ, ଏସ୍. ଜାନକୀ, ରଜନା ଲକ୍ଷ୍ମୀ ଓ କେ. ରାମ ନାଥ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ।

