ଫୁଲବାଣୀ,୨୮/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ର ବୃହତ ବ୍ଲକ ଦାରିଙ୍ଗବାଡି ରେ ଜିଲ୍ଲା ପାଳ ଶ୍ରୀଯୁକ୍ତ ବେଦ ଭୂଷଣ ୨୦୨ ଟି ଆପତ୍ତି ଅଭିଯୋଗ ଶୁଣି ଛନ୍ତି! ସେଥି ମଧ୍ୟରୁ ୧୦୨ ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୮୨ ଟି ସାମୁହିକ ଅଭିଯୋଗ ଥିଲା!ମୁଖ୍ୟତଃ ଦାରିଙ୍ଗବାଡି ର ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା, ଅଚଳ ନଳକୂପର ମରାମତି, ନୂତନ ନଳକୂପ ଖନନ ଓ ସୋଲାର ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ସୁଣାଣୀ ହୋଇଥିଲା!ବିଦ୍ୟୁତ ନଥିବାରୁ ସୋଲାର ପମ୍ପ ଯୋଗେ ଜଳ ଯୋଗାଣ ପାଇଁ ଲୋକେ ଲିଖିତ ଭାବେ ଜଣାଇ ଛନ୍ତି!ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଦାରିଙ୍ଗବାଡି ପର୍ଯ୍ୟଟନ ର ଏକ ୱେବ ସାଇଟ ର ଉଦଘାଟନ କରିଥିଲେ!ଦାରିଙ୍ଗବାଡି କୁ ଓଡ଼ିଶାର କାଶ୍ମୀର ବୋଲି ମାନ୍ୟତା ଦିଆ ଯାଏ! ଉଦଘାଟିତ ୱେବ ସାଇଟ ରେ ଦାରିଙ୍ଗବାଡି ର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନ ସ୍ପଟ, ହୋଟେଲ ଓ ପାନ୍ଥ ନିବାଶ ସମ୍ପର୍କରେ ତଥ୍ୟ ମିଳି ପାରିବ ବୋଲି ଜିଲ୍ଲା ପାଳ ପ୍ରକାଶ କରିଛନ୍ତି! ଗ୍ରୀଭାନ୍ସ ଶୁଣାଣି ଅବସର ରେ ବାଲିଗୁଡା ଉପଜିଲ୍ଲାପାଳ ପ୍ରାଣୀତା ଦାସ, ଜିଲ୍ଲା ପରିଷଦ ସି ଡି ଓ ଶମ୍ଭୁନାଥ ନନ୍ଦୀ, ଏସପି ହରିଶ ବି ସି, ବାଲିଗୁଡା ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା, ପି ଏ ଆଇଟି ଡିଏ କୃପା ସିନ୍ଧୁ ବେହେରା, ତହସିଲଦାର ଧୀରଜ କୁମାର ପାତ୍ର, ସମିତି ଅଧକ୍ଷ ସୁଶାନ୍ତ କୁମାର ପ୍ରଧାନ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧକାରୀ ମାନେ ଉପସ୍ଥିତ ଥିଲେ l

