ଖଜୁରୀପଡ଼ା,୧୩/୦୮(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡ଼ା ମଣ୍ଡଳସ୍ତରୀୟ ସମୂହ କ୍ରୀଡ଼ା ସଂଗଠନ–୨୦୨୬ର ସଫଳ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୁଧବାର ଦଳପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କ୍ରୀଡ଼ା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ବୈଠକରେ ଆଗାମୀ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଦଳପଡ଼ା କ୍ରୀଡ଼ା ମଣ୍ଡଳ ଅଧୀନସ୍ଥ ଚାରିଟି କ୍ଲଷ୍ଟରର ସିଆରସିସିମାନେ ଯୋଗଦେଇଥିଲେ। ନୂଆଗାଁ ସିଆରସିସି ପ୍ରଦୀପ ମଲିକ, ଝାମ୍ପି ସିଆରସିସି ସୁଶାନ୍ତ ମଲିକ, ଭାଲିଆପଡ଼ା ସିଆରସିସି ଜଗଦୀଶ ପ୍ରଧାନ ଏବଂ ଖଜୁରୀପଡ଼ା ସଦର ସିଆରସିସି ଅଜିତ କୁମାର ପ୍ରଧାନଙ୍କ ସମେତ ଖଜୁରୀପଡ଼ା ବ୍ଲକ କ୍ରୀଡ଼ା ଜୋନ୍ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା କ୍ରୀଡ଼ା ଶିକ୍ଷା ଅଧିକାରୀ ରଙ୍କନିଧି ବେହେରା, କ୍ରୀଡ଼ା ଶିକ୍ଷକ ଇନ୍ଦ୍ରମଣି ନାୟକ ଉପସ୍ଥିତ ଥିଲେ।ଏଥିସହ ଝାମ୍ପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ପ୍ରଧାନ, ଦଳପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ କହଁରଙ୍କ ସମେତ କ୍ରୀଡ଼ା ଜୋନ୍ ଅଧୀନ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବୈଠକରେ ଯୋଗଦେଇଥିଲେ।ବୈଠକରେ ଆଗାମୀ ଦଳପଡ଼ା ମଣ୍ଡଳସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରତିଯୋଗିତାର ବିଭିନ୍ନ ଦିଗ ପରିଚାଳନା ପାଇଁ ଏକ କମିଟି ଗଠନ କରାଯିବା ସହ ଆବଶ୍ୟକ ଏଜେଣ୍ଡା ପ୍ରସ୍ତୁତ କରାଯାଇଥିଲା। କ୍ରୀଡ଼ା ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଅଂଶଗ୍ରହଣ ଏବଂ ଏହାର ସୁଚାରୁ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକ ଆୟୋଜନରେ ଦଳପଡ଼ା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜନାରାୟଣ ଦାସ, ପ୍ରଦୀପ କୁମାର ପ୍ରଧାନ, ଉଦୟନାଥ ପ୍ରଧାନ, ଶିକ୍ଷୟିତ୍ରୀ ସସ୍ମିତା କାନୁନଗୋ ଏବଂ କର୍ମଚାରୀ ଅନନ୍ତ ଯାନୀ ଓ କିଶୋର କୁମାର ପ୍ରଧାନ ସହଯୋଗ କରିଥିଲେ। ଶେଷରେ ଦଳପଡ଼ା କ୍ରୀଡ଼ା ଜୋନ୍ ସମ୍ପାଦକ ତଥା ଖେଳ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

