ପୋଲସରା,୪/୬(ଶିବ ପ୍ରସାଦ ସାହୁ):ଗଂଜାମ ଜିଲ୍ଲାର ପୋଲସରା ଅଞ୍ଚଳର ପ୍ରସିଦ୍ଧ ଇଷ୍ଟଦେବୀ ମାଁସିଂହାସନୀଙ୍କ ପୀଠରେ ଗୁରୁବାର ରଜପର୍ବ କୁ ନେଇ ଏକ ସ୍ଵତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ମତ୍ସ୍ୟ ପ୍ରାଣୀସମ୍ପଦ ମନ୍ତ୍ରୀ ତଥା ମାଁ ସିଂହାସନୀ ଉନ୍ନୟନ କମିଟିର ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇ ଯାଇଛି । ଯାହା ଏହି ଚଳିତ ବର୍ଷ ଜୁନ୍ ମାସ ୧୪ ,୧୫ ଓ ୧୬ ତିନଦିନ ଧରି ବହୁ ଆଡ଼ମ୍ବର ସହକାରେ ମାଁ ସିଂହାସନୀ ପୀଠରେ ପାଳିତ ହେବ ରଜପର୍ବ । ଯେଉଁଠି ପାଣ୍ଡିରିପଡା ସରପଞ୍ଚ ରୁଘୁ ନାଥ ଭୁୟାଁ ଓ ଗୋଛାବାଡି ପଞ୍ଚାୟତର ସରପଞ୍ଚ ପ୍ରତିନିଧି ମନମୋହନ ଗୌଡ଼ଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଗତବର୍ଷ ସିଂହାସନୀ ପୀଠରେ ହୋଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ । ରଜପର୍ବ କୁ ନେଇ ଗଂଜାମ ଜିଲ୍ଲାର କୋଣ ଅନୁକୋଣରୁ ମାଁ ସିଂହାସନୀ ପୀଠକୁ ବହୁ ଶ୍ରଦ୍ଧାଳୁ ଙ୍କ ଜନସମାଗମ ହୋଇ ଥାଏ । ଏସବୁ ଦୃଷ୍ଟିକୁ ରଖି ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳାରେ ଆୟୋଜନ ହୋଇ ପାରିବ ସେନେଇ ପୂର୍ବ କମିଟିର ବିଭିନ୍ନ ପଦାଧିକାରୀ ସଦସ୍ୟ ମାନଙ୍କୁ ନେଇ ଦାୟିତ୍ୱ ଭାର ପ୍ରଦାନ କରାଯାଇଥିଲା । ଏପରିକି ପ୍ରଚଣ୍ଡ ଗ୍ରୀଷ୍ମ ଓ କାଳବୈଶାଖି ମଧ୍ୟ ଦୃଷ୍ଟିରେ ରଖି ସମସ ପରିମାଣର ଆବଶ୍ୟକ ପଦକ୍ଷେପ ନେବା ସହ ପାନୀୟ ଜଳଯୋଗାଣ କୁ ନେଇ ବିଭିନ୍ନ ସ୍ଥାନରେ ଟ୍ୟାଙ୍କର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୂରଦୂରାନ୍ତରୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଯିବା ଆସିବା ରାସ୍ତାରେ ଅହେତୁକ ଟ୍ରାଫିକ ଜାମ୍ କୁ କିପରି ସରଳ ସୁବିଧା ଯୋଗାଇ ଦେବାକୁ ନେଇ ପୋଲସରା ପୋଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ଦାୟିତ୍ୱ ଗ୍ରହଣ କରାଯାଇଛି । ପ୍ରତିବର୍ଷ ଭଳି ମାଁ ସିଂହାସନୀ ମନ୍ଦିର ଉନ୍ନତି ଓ ଏହାର ବିକାଶ କୁ ନେଇ ଗତ ଦୁଇ ବର୍ଷ ରେ ୧୪ ଲକ୍ଷ ଟଙ୍କା ମନ୍ଦିର କମିଟି ପକ୍ଷରୁ ବ୍ୟାଙ୍କ ରେ ଜମା ଥିବା ବେଳେ ନଗଦ ୫ ଲକ୍ଷ ଟଙ୍କା ଉନ୍ନୟନ କମିଟି ପାଖରେ ଜମା ଥିବା ଏହି ପ୍ରସ୍ତୁତି ବୈଠକରେ ସୂଚନା ଦେଇଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ । ଉକ୍ତ ପ୍ରସ୍ତୁତି ବୈଠକରେ ବ୍ଲକ ଚେୟାରମ୍ୟାନ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ , ଦୀପକ କୁମାର ପ୍ରଧାନ , ରବୀନ୍ଦ୍ର ନାଥ ନାୟକ , ଅତିରିକ୍ତ ତହସିଲଦାର ରମେଶ କୁମାର ମଲ୍ଲିକ , ଥାନା ଅଧିକାରୀ କୌଶିକ୍ ମାଝୀ , ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା ସମେତ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ମନ୍ଦିର କମିଟି ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

