ଫୁଲବାଣୀ,୦୧/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଦାରିଂବାଡ଼ିଥାନା ପୋଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚ କରିବା ବେଳେ ଆବଶ୍ୟକ କାଗଜ ପତ୍ର ନଥାଇ ବେଆଇନ୍ ଭାବେ ଚାଲୁ ଥିବା ୧୨ଟି ଅଟୋ ରିକ୍ସା ଓ ସାଇଲେନ୍ସର୍ ବଦଳାଇ ଉତ୍କଟ ଶବ୍ଦ କରି ଯାଉଥିବା ଏକ ବାଇକ୍ ମଧ୍ଯ ଜବତ କରିଛି ପୋଲିସ l ଦାରିଂବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଙ୍କ ନେତୃତ୍ୱ ରେ ପୋଲିସ୍ ଟିମ୍ ଏହି ଚଢାଉ କରିଥିଲା l ଆବଶ୍ୟକ କାଗଜ ପତ୍ର ସହ ଫାଇଁନ ଆଦାୟ ପରେ ଗାଡ଼ି ରିଲିଜ୍ ହେଵ ବୋଲି ଜଣା ପଡିଛି l ସଡ଼କ ସୁରକ୍ଷା ଓ ଯାତ୍ରୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ଛକ ରେ ଗାଡ଼ି ମୋଟର ଯାଞ୍ଚ କରାଯାଉଥିବା ଥାନା ଅଧିକାରୀ ଜେନା କହିଛନ୍ତି l ଆଗକୁ ନିୟମିତ ଭାବେ ଏଭଳି ଯାଞ୍ଚ ହେବ ବୋଲି ଜେନା ଆହୁରି କହିଛନ୍ତି l ଏଣୁ ଲୋକଂକ ଜୀବନ ଓ ନିଜର ସୁରକ୍ଷା ପାଇଁ ଦୃତ ଗତିରେ ବାଇକ ନ ଚଳାଇବା, ସର୍ବଦା ହେଲମେଟ ବ୍ୟବହାର କରିବା, କାର ରେ ସି ଟ ବେଲ୍ଟ ପିନ୍ଧିବା, ମଦ୍ୟ ପାନ କରି ଗାଡି ନ ଚଳାଇବା, ଓ ସର୍ବଦା ଟ୍ରାଫିକ ନିୟମ ପାଳନ କରି ଗାଡି ଚଳାଇବା ପାଇଁ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ପରାମର୍ଶ ଦେଇଛନ୍ତି l ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ପାଇଁ ପୋଲିସ ପେଟ୍ରଲିଂ କୁ ପୂର୍ବା ପେକ୍ଷା ଅଧିକ କଡ଼ାକଡ଼ି କରାଯାଇଥିବା ଦେଖିବlକୁ ମିଳିଛି l ଦାରିଂବାଡ଼ି ଥାନା ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ରେ ଯଥେଷ୍ଟ ସୁଧାର ଆସିଛି l ଜେନା ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l

