ଫୁଲବାଣୀ,୧୯/୦୮(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ଦାରିଂବାଡ଼ି ବ୍ଲକ ବିଡ଼ିଓ ପ୍ରିତୀ ରଞ୍ଜନ ରଥ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା, ସୋଚଟତାଓ କାର୍ଯ୍ୟ ଦକ୍ଷତା ଯୋଗୁଁ ବ୍ଲକ ରେ ଉନ୍ନତ ମାନର କାର୍ଯ୍ୟ ହେବା ସାଂଗକୁ ଜବ କାର୍ଡ ଧାରୀ ମାନଙ୍କୁ ପର୍ଯ୍ୟାପ୍ତ କାମ ଧନ୍ଦା ଯୋଗାଇ ଦିଆଯାଉଛି l ଜନ ଶୁଣାଣୀ କରି ସ୍ୱଚ୍ଛତା ଅବଲମ୍ବନ କରିବା ରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ଦାରିଂବାଡ଼ି ବ୍ଲକ l ଏହା ସମ୍ଭବ ହୋଇଛି ବିଡ଼ିଓ ରଥଙ୍କ ସମେତ ଯନ୍ତ୍ରୀ, ଓ ଜିପିଓ, ଏ ପି ଓ, ବ୍ଲକ ସାମାଜିକ ସମୀକ୍ଷା ଅଧିକାରୀ ଙ୍କ ପାଇଁ l ଦାରିଂବାଡ଼ି ବ୍ଲକ ରେ ୨୦୨୫/୨୬ଆର୍ଥିକ ବର୍ଷ ରେ ମୋଟ ୮୩୮ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୨୯୫ଟି ପ୍ରକଳ୍ପ ର କାର୍ଯ୍ୟ ସରିଛି l ବ୍ଲକ ର ମୋଟ ୨୫ହଜାର ୫୮୮ଜଣ ଜବ୍ କାର୍ଡ ଧାରୀ ଙ୍କ ମଧ୍ୟରୁ ୨୦ହଜlର ୬୮୩ ପରିବାର କୁ କାମ ଯୋଗାଇ ଦିଆଯାଇଛି l ସେଥି ମଧ୍ୟରୁ ୨୫୪୬ପରିବାର ଙ୍କୁ ୧୦୦ ଦିନ ର କାମ ସମ୍ପୂର୍ଣ କରିଛନ୍ତି l ସେହିପରି ୪ଲକ୍ଷ ୫୭ହଜାର ୭୮୮ଶ୍ରମ ଦିବସ ସୃଷ୍ଟି ହୋଇଛି l ଚଳିତ ବର୍ଷ ମ ନରେଗା ଯୋଜନା ରେ ଆଖି ଦୃଷୀୟl କାର୍ଯ୍ୟ ହୋଇଥିବା ସ୍ଥାନୀୟ ଲୋକେ କହିବା ସହ ବିଡ଼ିଓ ରଥ ଓ ପଂଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଙ୍କ କାର୍ଯ୍ୟ ଶୈଳୀ କୁ ବେଶ ପ୍ରସଂଶା କରିଛନ୍ତି l

