ଖଜୁରୀପଡ଼ା,୧୬।୦୯( ମନୋଜ କୁମାର ବେହେରା): ଆଧ୍ୟାତ୍ମିକବାଦୀ କବି ସନ୍ଥ ଶିରୋମଣି ଗୁରୁ ରବି ଦାସ ୧୫ ରୁ ଶତାବ୍ଦୀ ର ଜାତିଭେଦ ଭାବ ମୁକ୍ତ ସମାଜ ର ପ୍ରତୀକ ଥିଲେ। ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗ ରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ଗୁରୁତ୍ୱ ଦେଉଥିଲେ। ସେ ଜଣେ ମହାନ ସନ୍ଥ ଓ କବି ହେବା ସହ ସମାଜ ସଂସ୍କାରକ ଏବଂ ଭଗବାନ୍ ଙ୍କ ଅନୁଗାମୀ ଥିଲେ। ସମାଜ ରୁ ଅସ୍ପୁଷ୍ୟତା, ଉଚ୍ଚନୀଚ ଭେଦଭାବ, ଛୁଆଁ ଅଛୁଆଁ ଆଦି ଦୂର କରିବା ପାଇଁ ସେ ନିରନ୍ତର ଉଦ୍ୟମ ଜାରି ରଖିଥିଲେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ୱାନ କ୍ରମେ ସନ୍ଥ ଶିରୋମଣି ଶ୍ରୀ ରବିଦାସ ମହାରାଜ ଙ୍କ ୬୫୦ତମ ଜୟନ୍ତୀ ବର୍ଷ ଆସନ୍ତା ୨୯ଜୁଲାଇ ୨୦୨୬(ଗୁରୁପୂର୍ଣ୍ଣିମା)ଠାରୁ ୨୦ ଫେବୃୟାରୀ ୨୦୨୭ ପର୍ୟ୍ୟନ୍ତ ଶ୍ରୀ ରବିଦାସ ମହାରାଜ ସମରସ ସଂକଳ୍ପ ଅଭିଯାନ ଦେଶବ୍ୟାପୀ ପାଳନ କରଯାଉଅଛି । ଏ ନେଇ ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ରେ ‘ସମରସ ସଂକଳ୍ପ ଅଭିଯାନ ‘ ଅନୁଷ୍ଠିତ ହୋଇଯାଇଛି। ସନ୍ଥ ଶିରୋମଣି ରବି ଦାସ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ତାଙ୍କ ଭାବନା ଓ ସେ ଦେଇଥିବା ମାର୍ଗଦର୍ଶନ କିପରି ଭାବେ ସମସ୍ତ ଙ୍କ ପାଖରେ ପହଞ୍ଚିବ ସେ ନେଇ ଗୁରୁ ରବି ଦାସ ଙ୍କ ଜନ୍ମସ୍ଥଳୀ କାଶୀ ରୁ ଏହି ଅଭିଯାନ ର ଶୁଭ ଆରମ୍ଭ ହୋଇଥିଲା। ତାଙ୍କ ଜନ୍ମ ସ୍ଥଳି ରୁ କଳସ ରେ ମାଟି ଆଣି ବାବା ସୋମନାଥ ମନ୍ଦିର ରେ ରଖାଯାଇଥିଲା। ଏହାପରେ ସେହି କଳସ ରେ ମାଟି କୁ ଆଣି ନାମ ସଂକୀର୍ତ୍ତନ କରି ନଗର ପରିକ୍ରମା କରି ବାରପୁଲିଆ ଥିବା ଏକାଦଶୀ ମଠ ଠାରେ କଳସ କୁ ସ୍ଥାପନ କରି ବୃକ୍ଷ ରୋପଣ କରି ଧାର୍ମିକ, ସାମାଜିକ, ଜନ ସମ୍ପର୍କ କରାଯାଇଥିଲା। ଶ୍ରୀ ଗୁରୁ ରବିଦାସ ମହାରାଜ ଙ୍କ ଜିବନ ଦର୍ଶନ, ସମାନତା, ଭକ୍ତି, ସେବା, ସାମାଜିକ ନ୍ୟାୟ ଓ ମାନବତା ର ବାର୍ତ୍ତା କୁ ସମଗ୍ର ଦେଶ ରେ ବ୍ୟାପକ ଭାବେ ପ୍ରଚାର କରାଯିବ। ସମାଜ ର ତଳ ସୋପାନ ରେ ରହୁଥିବା ବ୍ୟକ୍ତି ଙ୍କ ପାଖରେ ପହଞ୍ଚି ପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଥିଲା। ଆୟୋଜିତ ଏହି ଅଭିଯାନ ରେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ, ସାଂସଦ ପ୍ରତିନିଧି ଶ୍ରୀ ମନୋଜ ପଣ୍ଡା,ଶ୍ରୀ ଦଶରଥ ସାହୁ, ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ମନୋଜ ସେଠୀ,ଏସି ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ ସେଠୀ, ଅଜୟ ସେଠୀ, ଦେବରାଜ ମୁଖି, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିବା ସହିତ ସମସ୍ତ ଏସ ଏଚ୍ ସହଯୋଗ କରିଥିଲେ।

