ଫୁଲବାଣୀ,୩୦/୦୪,(ସୁନୀଲ ପଟ୍ଟନାୟକ):ବାଲିଗୁଡ଼ା ବନ ଖଣ୍ଡ ଅଧୀନ ତୁମୁଡିବନ୍ଧ ଜଙ୍ଗଲ ବିଭାଗ ରେଞ୍ଜ କୁ ମିଳିଛି ସଫଳତା l ରେଞ୍ଜ ଅଧିକାରୀ ଙ୍କ ନିଷ୍ଟପର ଉଦ୍ୟମ ଆନ୍ତରିକତା, କାର୍ଯ୍ୟ ଦକ୍ଷତା ଓ ପରିଶ୍ରମ ଯୋଗୁଁ ଏ ସବୁ ସମ୍ଭବ ହୋଇଥିବା କୁହାଯାଉଛି l ବନ ବିଭାଗ ସ୍କ୍ୱାର୍ଡ କର୍ମଚାରୀ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ସିର୍ଲା ପଞ୍ଚାୟତର ପିତାମlହl ଜଙ୍ଗଲ ରେ ବେଆଇନ୍ ଶିକାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ମାଡ଼ି ବସି ୪ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ଟି ଦେଶୀ ବନ୍ଧୁକ, ୨୧ଗୁଳି, ବାରୁଦ, ହେଡ୍ ଲାଇଟ୍, କଇଞ୍ଚି, ଜି ଆଇ ତାର, ଗୋଟିଏ ବାଇକ, ଓ ଅନ୍ୟାନ୍ୟ ସର ଞ୍ଜlମ ଜବତ କରିବା ରେ ସଫଳ ହୋଇଥିବା ଜଣାପଡିଛି l ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେ଼ଇ ରେଞ୍ଜ ଅଧିକାରୀ ରଜନୀ କାନ୍ତ ମେହେର ସୂଚନା ଦେଇଛନ୍ତି l ରେଞ୍ଜ ଅଧିକାରୀ ମେହେର ଙ୍କ ସମୟରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଅହରହ ଉଦ୍ୟମ କରା ଯିବା ସହ ଲୋକଙ୍କୁ ସଚେତନ ମଧ୍ଯ କରାଯାଉଛି l ଆଗକୁ ବୃକ୍ଷ ରୋପଣ ଓ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି l

