ବ୍ରହ୍ମପୁର,୨୯/୫,(ହିମାଂଶୁ ଶେଖର ସାବତ):ବହୁ ଚର୍ଚ୍ଚିତ ନାବାଳକ ଅଂଶୁମାନ ହତ୍ୟା ମାମଲାର ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ l ୨୦୧୯ ମସିହାରେ ଗୋସାଣୀନୁଆଗାଁ ଥାନା ଅଞ୍ଚଳର ନିରୂପମା ଆଚାର୍ଯ୍ୟଙ୍କ ପୁଅ ଅଂଶୁମାନଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । ପୁଲିସ ତାରାତାରିଣୀ ପାହାଡ଼ ପାଦଦେଶରୁ ଉକ୍ତ ୭ବର୍ଷର ଶିଶୁ ଅଂଶୁମାନଙ୍କ ମୃତ ଦେହ ଜବତ କରି ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଥିଲା । ଅଂଶୁମାନଙ୍କ ମା’ ନିରୂପମାଙ୍କୁ ଅଭିଯୁକ୍ତ ଦେବାଶିଷ ପଣ୍ଡା ଏକ ତରଫା ପ୍ରେମ ନିବେଦନ କରି ବିଫଳ ହେବା ପରେ ଦେବାଶିଷ, ପ୍ରେମିକା ନିରୂପମାଙ୍କ ପୁଅ ଅଂଶୁମାନଙ୍କୁ ଅପହରଣ କରି ନେଇ ଅତି ନୃଶଂସ ଭାବେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ତାରା ତାରିଣୀ ପାହାଡ଼ରେ ପିଙ୍ଗିଦେଇ ଆସିଥିଲା l ଆଜି ଉପଯୁକ୍ତ ପ୍ରମାଣ ଥିବା ଦର୍ଶାଇ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ନରେଶ ମହାନ୍ତି ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି ।

