ଫୁଲବାଣୀ,୦୯/୦୮(ସୁନୀଲ ପଟ୍ଟନାୟକ):ପରକୀୟା ପ୍ରିତୀ ନେଲା ଜୀବନ l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛପଡl ଥାନା ଅନ୍ତର୍ଗତ କଟ୍ରୀ ଙ୍ଗିଆ ପଂଚାୟତ ସଲlଗୁଡ଼ି ଗ୍ରାମରେ l ଗ୍ରାମର ସାର୍ଥକ କହଁର ଙ୍କ ନିଖୋଜ ଘଟଣା ଓ ପରେ ସନ୍ଦେହ ଜନକ ଭlବେ ଶବ ଉଦ୍ଧାର ଘଟଣା ହତ୍ୟା ର ରୂପ ନେଇଛି l ହତ୍ୟା ପଛରେ ପରକୀୟା ପ୍ରିତୀ ଓ ପୂର୍ବ ରଏକ ହତ୍ୟାକାଣ୍ଡ ରେ ସଂପୃକ୍ତି ସନ୍ଦେହ ଥିବା ପୋଲିସ ତଦନ୍ତ ରୁ ଜଣାପଡିଛି l ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଗୋଚ୍ଛା ପ ଡl ପୋଲିସ ଖଜୁରୀ ଗାଁ ର ଦୁଇ ଶଢ଼ୁ ବିଜୁ କହଁର ଓ ବସିଷ୍ଟ୍ କହଁର କୁ ଗିରଫ କରିଛି l ବସିଷ୍ଟ ଙ୍କ ସ୍ତ୍ରୀ ସହ ସାର୍ଥକ ର ଅନୈତିକ ସମ୍ପର୍କ ଥିବା ଦୁଇ ଅଭିଯୁକ୍ତ ସନ୍ଦେହ କରିଥିଲେ ଓ ଏଥିସହ ୨୦୨୩ରେ ବିଜୁ ର ଜଣେ ସାଙ୍ଗ ର ହତ୍ୟା ମାମଲା ରେ ସାର୍ଥକ ର ସଂପୃକ୍ତି ଥିବା ନେଇ ମଧ୍ଯ ସନ୍ଦେହ କରି ଆସୁଥିଲେ l ଗତ ୩୦ତାରିଖ ରାତିରେ ଦୁଇ ଅଭିଯୁକ୍ତ ସାର୍ଥକ କୁ ଡାକି ନେଇ ପ୍ରଚୁର ମଦ ପିଆଇଦେଇଥିଲେ l ସେ ମଦ ପିଇ ଅଚେତ୍ ହେବା ପରେ ଏ ଦୁହେଁ ତାକୁ କାଠ ଫାଳିଆ ରେ ମୁଣ୍ଡ କୁ ବାଡେଇ ନାଳ ରେ ଫୋପାଡି ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l ପୋଲିସ୍ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ଓ ପରେ ହତ୍ୟା ଅଭିଯୋଗ ଆସିବା ପରେ ତଦନ୍ତ କୁ ଜୋରଦାର କରିଥିଲା l ଅଭିଯୁକ୍ତ ମନଙ୍କ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୋଲିସ୍ l ଆଉ ଅଭିଯୁକ୍ତ ମାନେ ସ୍ବୀକାର କରିଥିଲେ l ଫଳରେ ପୋଲିସ୍ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି l ଅନ୍ୟ ମାନଙ୍କ ମଧ୍ୟରେ ଏସ ଡି ପି ଓ ସୁଭ୍ରଜିତ ବିଶ୍ବାଳ, ଥାନା ଅଧିକାରୀ ସୁଭ୍ରଜିତ ସାମନ୍ତ ରାୟ, ଉପସ୍ଥିତ ଥିଲେ l

