ବୁଗୁଡ଼ା,୨୮/୦୫,(ଡ.କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ଲକ୍ ସ୍ତରୀୟ “ନିରକ୍ଷଣ ସାଥୀ” ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଉଦଘାଟନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି । ଏହି ସେବା ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା ଓ ଏକ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ବିଶେଷ ଭାବେ ସମର୍ପିତ । ଜରୁରୀ ସମୟରେ ମାଗଣା ଯାତାୟାତ ଓ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଏହି ସେବା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବ। ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ହିଁ ଆମ ସରକାରର ପ୍ରାଥମିକତା। ଲୋକଙ୍କ ସେବାକୁ ସର୍ବୋପରି ମନେକରି ଏହି ଜନହିତକର ପ୍ରୟାସକୁ ସଫଳ କରିବାରେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ।

