କୋଦଳା,୫।୧୦(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ମର୍ଦମେଖ ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ଅତିରିକ୍ତ ତହସିଲଦାର ରବିନାରାୟଣ ସେଠି,ସରପଞ୍ଚ ମଞ୍ଜୁଳା ମେହେଣା , ଜି ପି ଡ଼ି ଓ ସୁଧୀର ପ୍ରଧାନ .ବି ଭି ଓ ଭବାନୀ ଶଙ୍କର ତ୍ରିପାଠୀ, । ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁବାଶିଷ ପାତ୍ର , କୃଷି ଅଧିକାରୀ ରାମଲାଲ ସାମଦ,ଜଳ ଓ ପରିମଳ ଯନ୍ତ୍ରୀ ମମତା ପଣ୍ଡା, ଶୁଭଶ୍ରୀ ମହାରଣା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ଯୋଗ ଦେଇ ଥିଲେ । ମୋଟ 6 ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ପେନସେନ 3 ଟି ରାସନ କାର୍ଡ 1 ଟି ଜମିଜମା 1 ରୋଡ 1ଟି ଅଭିଯୋଗ ହୋଇଥିଲା । ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ଅତିରିକ୍ତ ବେଗୁନିଆପଡ଼ା ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା।

