ବୋଲଗଡ଼,୧୩/୭(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ପାଟବନ୍ଧ ମା ବୁଢିଦେଇଙ୍କ ପୀଠରେ ବିଜେଡ଼ି ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତର ବିଜେଡି ସଭାପତି ସରୋଜ କୁମାର ଛୋଟରାୟଙ୍କ ନେତୃତ୍ୱରେ ଏହି କର୍ମୀ ସମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ବେଗୁନିଆ ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କ ପରାମର୍ଶ କ୍ରମେ ଜିଲ୍ଲାପରିଷଦ ଶୁବାଷ ଚନ୍ଦ୍ର ରାୟଗୁରୁ। ବ୍ଳକ ସଭାପତି ବାନାମ୍ବର ମାଝି, ପଞ୍ଚାୟତ ସଭାପତି ସରୋଜ କୁମାର ଛୋଟରାୟ ,ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ କୁମାର ବେହେରା, ନାଏବ ସରପଞ୍ଚ ଆଲୋକ ପ୍ରଧାନ ଓ ପ୍ରତେକ ୱାର୍ଡ଼ର ୱାର୍ଡ ମେମ୍ବର ସହିତ ପଞ୍ଚାୟତର ବହୁ ପୂରାତନ ଓ ନୂତନ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ। ଆୟୋଜିତ ବିଜେଡି କର୍ମୀ ସମ୍ମିଳନୀ ରେ ଦଳୀୟ ସଙ୍ଗଠନକୁ ମଜବୁତ୍ କରିବା ସହିତ ସରକାରୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ ସଠିକ୍ ଭାବରେ ପହଞ୍ଚାଇବା ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

