କୋଦଳା:ଜନବାଣୀ,୨୨/୦୬(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ବୁରୁଝୁରି ପଂଚାୟତ ରାଜୀବ ଗାନ୍ଧୀ ସେବା ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ସମିତି ସଭ୍ୟା ସୁଚିତ୍ରା ମାହାଁନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାହୁ,ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ,ଗ୍ରାମ୍ୟ ଉର୍ଣ୍ଣୟନ କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା ଯୋଗ ଦେଇଥିଲେ । ବି ଡ଼ି ଓ ଅଭିଯୋଗ ଶୁଣାଣୀ ପାଇଁ ଚିଠି କଲେ ମଧ୍ୟ୍ୟ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ଓ ଅତିରିକ୍ତ ମଛ୍ୟ ଅଧିକାରୀ କେବେ ଯୋଗ ଦେଉନଥିବା ସାଧାରଣ ରେ ଅଭିଯୋଗ ହୋଇଥିଲା ।ଏଥିରେ,ପି ଇ ଓ ଏ ସିମାଞ୍ଚଳ ରେଡି , ଡବ୍ଲୁ ଇ ଓ ସ୍ଵାଗତିକା ରାଉତ,କୃଷି ଅଧିକାରୀ ରାମ ଲାଲ ସାମଦ, ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁବାଶିଷ ପାତ୍ର,ଜଳ ଓ ପରିମଳ ଯନ୍ତ୍ରୀ ଶୁଭଶ୍ରୀ ମହାରଣା ,ମମତା ପଣ୍ଡା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ବି ଏଲ ସି ଦେବରାଜ ବେହେରା, ବି ପି ସି ଚନ୍ଦ୍ର ଶେଖର ବେହେରା ରହି ଅଭିଯୋଗ ଶୁଣାଣୀ କରିଥିଲେ । ସରପଞ୍ଚ ବୁରୁଝୁରି ପଞ୍ଚାୟତରେ ଗୋଶାଳା ତିଆରି ପାଇଁ ଅଭିଯୋଗ ଦେଇଥିଲେ.। ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା

