ଚିକିଟି,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ପତିଗୋବିନ୍ଦପୁର କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ବଡ଼କେଳାଝୁରି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଛାତ୍ରଛାତ୍ରୀଙ୍କ ଗୀତ, ନୃତ୍ୟ, କଳା, ସୃଜନଶୀଳତା ଓ ବିଭିନ୍ନ ପ୍ରତିଭାର ପ୍ରଦର୍ଶନରେ ବିଦ୍ୟାଳୟ ପରିସର ଚଳଚଞ୍ଚଳ ହୋଇଉଠିଥିଲା।କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ, ଏବିଇଓ ନାୟକ ସେଠୀ, ବିଆରସିସି ତ୍ରିନାଥ ମଲ୍ଲିକ, ସିଆରସିସି ଏନ୍. ଅପନା, ଏସ୍ଏମ୍ସି ସଭାପତି ନାରାୟଣ ପ୍ରଧାନଙ୍କ ସମେତ କ୍ଲଷ୍ଟର ଅଧୀନ ସମସ୍ତ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସୁରଭି ଭଳି ମଞ୍ଚ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ଆତ୍ମବିଶ୍ୱାସ ଓ ସୃଜନଶୀଳତା ବୃଦ୍ଧିରେ ଏକ ପ୍ରେରଣାଦାୟୀ ମାଧ୍ୟମ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସମସ୍ତଙ୍କ ସହଯୋଗରେ ଉତ୍ସବ ସଫଳତାର ସହ ସମାପ୍ତ ହୋଇଥିଲା।

