ଭଞ୍ଜନଗର,୭/୬,(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ବୁଦୁଲି ଓ ସୋରଦେବୀ ମନ୍ଦିର ରାସ୍ତା ମଧ୍ୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ପିକଅପ୍ ଗାଡି ଓ ସାଇକଲ ମଧ୍ୟରେ ଧକ୍କା ହେବା ଫଳରେ ସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗଣ୍ଡିଶୂଳା ଗ୍ରାମର ଭାସ୍କର ଦଳେଇ(୭୭)। ଭାସ୍କର ରବିବାର ପୂର୍ବାହ୍ନ ସମୟରେ କୌଣସି କାମରେ ବାହାରୁକୁ ଯାଇଥିଲେ। ପ୍ରାୟ ୧୧ ଟା ସମୟରେ ନିଜ ସାଇକଲରେ ବୁୁଦୁଲି ଆଡୁ ଗ୍ରାମକୁ ଫେରୁଥିବା ବେଳେ ଏକ ପିକଅପ୍ ଗାଡି ତାଙ୍କୁ ଧକ୍କା ଦେବାରୁ ସେ ଛିଟିକି ପଡିଥିଲେ। ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ପୁଅଙ୍କ ଏତଲା ଅନୁଯାୟୀ ପୁଲିସ କେସ ନମ୍ବର ୫୫୫/୨୬ ରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଗାଡିକୁ ଅଟକ ରଖି ପଚରା ଉଚୁରା କରୁଥିବା ପୁଲିସ ସୂଚନା ଦେଇଛି।

