ବୁଗୁଡା,୧୮/୫,(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ୧୯୭୨ ମାଟ୍ରିକ ବ୍ୟାଚ୍ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ହାଇସ୍କୁଲ ପରିସରରେ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ସଂଘର କୈଳାସ ଚନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ସମ୍ମାନିତ ଅତିଥି ଭାବେ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଯୋଗଦେଇ ମେଧାବୀ ଛାତ୍ରଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୪୭ମାର୍କ ହାସଲ କରି ସ୍କୁଲ ଟପ୍ପର ଭାବେ ବିବେଚିତ ହୋଇଥିବା ଛାତ୍ର ସ୍ଵୟମ୍ କୁମାର ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ମାତୃଭାଷା ଓଡ଼ିଆ ବିଷୟରେ ସର୍ବାଧିକ ୮୭ ନମ୍ବର ହାସଲକାରୀ ସ୍କୁଲର ଅନ୍ୟତମ ମେଧାବୀ ଛାତ୍ର ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିଲୋଚନ ସାହୁ ଓ ଗୌରୀପତି ଦାଶ ସହଯୋଗ କରିଥିବା ବେଳେ ଟି.ସୁଦର୍ଶନ ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

